କଟକ ସଭାରେ ଭାଜପାର ଗଣ୍ଡଗୋଳ ପ୍ରସଙ୍ଗ: ଜ୍ୟୋତିରଞ୍ଜନ, ଦେବାଶିଷ ଦଳରୁ ନିଲମ୍ବିତ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କଟକ ନଗର ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗତ ରବିବାର ବିବାଦ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଟାଉନ ହଲଠାରେ ନଗର ଭାଜପାର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଏକ ବୈଠକ ଚାଲିଥିଲା ବେଳେ ହଠାତ୍‌ ଦୁଇ ଗୋଷ୍ଠୀ ଧସ୍ତାଧସ୍ତି ହୋଇଥିଲେ। ଏପରି କି ହଲ୍‌ ଭିତରେ ଚେୟାର ଭଙ୍ଗାରୁଜା ସହ ବ୍ୟାନର ମଧ୍ୟ ଚିରି ଦିଆଯାଇଥିଲା। ଜଣେ ପୂର୍ବତନ ସଦସ୍ୟଙ୍କ ଉପସ୍ଥିତିକୁ ନେଇ ଏଭଳି ସ୍ଥିତି ଉପୁଜିଥିବା ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଲା। ଏହି ଘଟଣାରେ ସୋମବାର ଭାଜପାର ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ଦଳର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଦୁଇଜଣଙ୍କୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରିଥିବା ଦର୍ଶାଯାଇ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲା ଯୁବମୋର୍ଚ୍ଚା ସଭାପତି ଜ୍ୟୋତିରଞ୍ଜନ ପଲେଇ ଏବଂ ଯୁବମୋର୍ଚ୍ଚା ଜିଲା ପ୍ରଭାରୀ ଦେବାଶିଷ ଘୋଷଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଏନେଇ ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ା