କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ୧୯; ସମସ୍ତ ରିପୋର୍ଟ ନେଗେଟିଭ୍‌ : ଜିଲାପାଳ

କଟକ ଅଫିସ,୬।୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୯ଜଣ ଆସିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡ଼ିଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଥିବା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୋମବାର କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସହରର ୧୧୦ ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ସେ ପ୍ରକାଶ କରିଛନ୍ତି।