Categories: ମେଟ୍ରୋ

କଟକ ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ

କଟକ ଅଫିସ, ୮ା୭: କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) କାର୍ଯ୍ୟାଳୟରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିଦ୍ୟୁତ୍‌ ସରବରାହ ପାଇଁ ଲାଗିଥିବା ମେନ୍‌ ସୁଇଜ୍‌ ପୋଡ଼ି ପାଉଁଶ ହୋଇଯାଇଛି। ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏଥିରେ କାର୍ଯ୍ୟାଳୟର କୌଣସି କାଗଜପତ୍ର ପୋଡ଼ି ନ ଥିବା ଆର୍‌ଟିଓ ଦୀପ୍ତି ରଞ୍ଜନ ପାତ୍ର ସୂଚନା ଦେଇଛନ୍ତି।