କଟକ ଆକାଶେ ପବ୍‌ଜି, ପୋକେମନ୍‌

କଟକ ଅଫିସ,୧୪ା୧:ବୁଧବାର ମକରସଂକ୍ରାନ୍ତି। ଏହା ହେଉଛି ଗୁଡ଼ି ଉଡାର ପ୍ରମୁଖ ପର୍ବ। ପୂର୍ବଦିନ ଅପେକ୍ଷା ମକରସଂକ୍ରାନ୍ତିରେ କଟକ ସହରର ଆକାଶରେ ବେଶି ମାତ୍ରାରେ ଗୁଡି ଉଡିବା ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ ଗୁଡ଼ି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ଉପରେ ପ୍ରଶାସନ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଗୁଡ଼ି ଉଡାକୁ ପରମ୍ପରା ଭାବେ ମାନି ଆସୁଥିବା କଟକବାସୀ ଆସନ୍ତା ବୁଧବାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।
ମକରସଂକ୍ରାନ୍ତି ଆସିବ, ଆଉ କଟକ ଆକାଶରେ ଗୁଡ଼ି ନ ଉଡିବ, ଏଭଳି କେବେ ହୋଇନାହିଁ। ମକର ସଂକ୍ରାନ୍ତିର କିଛିଦିନ ଆଗରୁ କଟକବାସୀ ଗୁଡ଼ି ଉଡାଇବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସହରରେ କିଛିଦିନ ହେବ ଗୁଡ଼ି ଉଡା ଚାଲିଛି। ଗୁଡ଼ି ଓ ସୂତା ବିକ୍ରି ପାଇଁ ସହରର ଚୌଧୁରୀବଜାର, ନନ୍ଦିସାହି, ଝୋଲାସାହି, ପିଠାପୁର ଆଦି ସ୍ଥାନରେ ଦୋକାନ ଖୋଲିଛି। ୩ ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ପର୍ଯ୍ୟନ୍ତ କାଗଜ ଓ ଜରିଗୁଡିର ଦାମ୍‌ ରହିଛି। ବିଶେଷକରି ଜରିଗୁଡିରେ ବିଭିନ୍ନ କାର୍ଟୁନ ଚିତ୍ର ରହିଥିବାରୁ ଏହା ପିଲାମାନଙ୍କୁ ଅଧିକମାତ୍ରାରେ ଆକୃଷ୍ଟ କରୁଛି। ପବ୍‌ଜି, ପୋକେମନ୍‌, ଆପନା ଟାଇମ ଆଏଗା ଭଳି କୋଟେସନ୍‌ ମଧ୍ୟ ଗୁଡ଼ିରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ସେହିଭଳି କାଠ, ପ୍ଲାଷ୍ଟିକ ଓ ପ୍ଲାଏର ନଟେଇ ବଜାରରେ ବିକ୍ରି ହେଉଛି। ନଟେଇର ମୂଲ୍ୟ ୨୦୦ରୁ ଆରମ୍ଭ କରି ୬୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାଏ ନଟେଇ ସର୍ବାଧିକ ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ପୂର୍ବରୁ ଗୁଡ଼ି ଓ ନଟେଇ ଦିଲ୍ଲୀ, କଲିକତାରୁ ଅଣାଯାଉଥିଲା। ଏବେ କଟକରେ ଏହିସବୁ ତିଆରି ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
କାଠଯୋଡ଼ି ପଠାରେ ପ୍ରତିଯୋଗିତା
କାଠଯୋଡ଼ି ନଦୀ ପଠାରେ ଗୁଡି ଉଡାଇବା ପାଇଁ ହୁଏ ଏକ ବିଶାଳ ପ୍ରତିଯୋଗିତା। ସ୍ଥାନୀୟ ଯୁବକମାନେ ଏହି ପ୍ରତିଯୋଗିତା ଆୟୋଜନ କରିଥାନ୍ତି। ସହରର ସମସ୍ତ ସାହିର ଯୁବକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ଭୋରରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲେ।
କଟକଣା ଏବେ ବାଟବଣା
ପ୍ରଶାସନ ପକ୍ଷରୁ ମାଞ୍ଜାସୂତା ଉପରେ କଟକଣା ଲାଗିଛି ସତ, ହେଲେ ଏହା ପାଳନ ହେଉ ନ ଥିବା ଅନେକ ଉଦାହରଣ ଦେଖାଯାଏ। ଏପରି କି ବଜାରରେ ମଧ୍ୟ ଅଧିକ ପରିମାଣର ମାଞ୍ଜାସୂତା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କଟକଣା ଲାଗୁ ହୋଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଫଳରେ କଟକଣା ଏବେ ବାଟବଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବିଭିନ୍ନ ଗୁଡ଼ିର ନଁା ଢାବା, ମମଥୋର, ଚିଲ୍‌, ଚେଙ୍ଗ, ଜରି, କାର୍ଟୁନ, ରେଡିୟମ, ଆଲଗାଇ, ତୋହି।

ମୋଗଲ ଅମଳରୁ ଗୁଡ଼ି ଉଡା ପରମ୍ପରା
ଭାରତ ଭୂଖଣ୍ଡରେ ମୋଗଲମାନଙ୍କ ଶାସନ ଥିବାବେଳେ ଗୁଡ଼ି ଉଡା ପରମ୍ପରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ପରମ୍ପରା ସମୟକ୍ରମେ କଟକ ସହର ସହିତ ଯୋଡ଼ି ହୋଇଥିଲା। ମୋଗଲ ଶାସକମାନେ ଏକ ସଉକ ଭାବେ ଗୁଡ଼ି ଉଡାଉଥିଲେ ବୋଲି ଲୋକକଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri