କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ହେବ କ୍ୱାରାଣ୍ଟାଇନ ସେଣ୍ଟର

କଟକ ଅଫିସ, ୨୫।୩: କରୋନା(କୋଭିଡ୍‌-୧୯)କୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲାଯାଉଛି। କଟକର ୩ ଶିକ୍ଷାନୁଷ୍ଠାନ ହଷ୍ଟେଲରେ କ୍ୱାରାଣ୍ଟାଇନ ସେଣ୍ଟର ଖୋଲିବାକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜ, ମଧୁସୂଦନ ଆଇଟିଆଇ ଓ
ପ୍ରବନ୍ଧନ ଏବଂ ସୂଚନା ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଏମ୍‌ଆଇଟି)। ଏ ସବୁର ହଷ୍ଟେଲ ରୁମ୍‌ଗୁଡ଼ିକରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି।