କଟକରେ ୫ଟି ସଚିବ: ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ

କଟକ ଅଫିସ,୨୨।୧: କଟକରେ ପହଞ୍ଚିଛନ୍ତି ୫ଟି ସଚିବ ଭି.ପାଣ୍ଡିଆନ। ବୁଧବାର ସକାଳ ୫ଟାରେ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ମୁଖ୍ୟତଃ ହାଡ଼ିଆପଡାଠାରେ ପ୍ରସ୍ତାବିତ ବରଫି ପ୍ରକଳ୍ପ କାର୍ଯ୍ୟ ଉପରେ ପାଣ୍ଡିଆନ ସମୀକ୍ଷା କରିବା ସହିତ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଏହାପରେ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ପରିସରରେ ଏକ ବୈଠକ କରିଥିଲେ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ନେତାଜୀ ଜୟନ୍ତୀ କାର୍ଯ୍ୟରେ ଯୋଗଦେବେ। ଏହି ଅବସରରେ ବରଫି ପ୍ରକଳ୍ପର ଶୁଭ ଦେବେ ବୋଲି ଜଣାପଡିଛି। ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ କିଶନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର, ଆରଡିସି ଅନୀଲ କୁମାର ସାମଲ ଓ ଜିଲାପାଳ ଭବାନୀ ଶଙ୍କର ଚୟନି ପ୍ରମୁଖ ଉପସ୍ଥିତ ଥିଲେ।