କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ସୁରାକ ମିଳିଲା, ଜରିିଗୋଟାଳି ଅଭିଯୁକ୍ତ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସୁରାକ ପାଇଛି ପୋଲିସ। ସେ ଜଣେ ଜରିଗୋଟାଳି ଓ ମାନସିକ ରୋଗୀ ବୋଲି ଜଣାପଡିଛି। ଘଟଣା ପରେ ସହରରେ ପୋଲିସ ପାଟ୍ରୋଲିଂ ଦେଖି ସେ ଫେରାର ଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ଧରିବା ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଚଢାଉ କରାଯାଉଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ କିଛିଦିନ ହେବ କଟକ ଏସ୍‌ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉଥିଲେ। ପାରିବାରିକ ଅଶାନ୍ତି ପାଇଁ ସେ ମାନସିକ ଭାରସାମ୍ୟ ହରାଇଥିବା ପୋଲିସ ତଦନ୍ତରୁ ଅନୁମାନ କରୁଛି । ୨୪ ଘଣ୍ଟାରେ ୩ ହତ୍ୟାକାଣ୍ଡ ଘଟିବା ପରେ ପୋଲିସ ହତ୍ୟାକାରୀଙ୍କୁ ଧରିବାକୁ ଜୋରଦାର ଉଦ୍ୟମ କରିଥିଲା। ୩ଜଣଙ୍କୁ ସମାନ ଢଙ୍ଗରେ ଅର୍ଥାତ୍‌ ଗଳାକୁ ଛୁରିରେ କାଟିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ୩ ମୃତକ ଦିନମଜୁରିଆ ଥିଲେ। ସେମାନେ ଫୁଟ୍‌ପାଥରେ ଶୋଉଥିଲେ। ଏଭଳି ଦିନ ମଜୁରିଆଙ୍କୁ ହତ୍ୟା କରିବା ପଛର କାରଣ କ’ଣ ସେନେଇ ପୋଲିସ ଖୋଳତାଡ କରିଥିଲା। ଏନେଇ ପୋଲିସ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିବାରୁ ହତ୍ୟାକାଣ୍ଡ ପଛରେ ସାଇକୋ କିଲରର ସମ୍ପୃକ୍ତି ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏହାପରେ ପୋଲିସ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ସହ ଆଲୋଚନା କରିଥିଲା। ଶେଷରେ ପୋଲିସ ଏସ୍‌ସିବି ମେଡିକାଲ ଯାଇ ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉଥିବା ୧୨ଜଣଙ୍କ ତଥ୍ୟ ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ମହିଳା ରୋଗୀ ଓ ସମ୍ପର୍କୀୟଙ୍କ ଅନ୍ତବସ୍ତ୍ର ଚୋରି କରି ରଖିବା ସହ ଡାକ୍ତର ଏବଂ ନର୍ସଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡ଼ିଥିଲା। ଏପରି କି ସେ ଗତ କିଛିଦିନ ହେବ ମେଡିକାଲରୁ ଫେରାର ହୋଇଯାଇଥିବା ପୋଲିସ ଜାଣିବାକୁ ପାଇବା ପରେ ସେ ହିଁ ଅଭିଯୁକ୍ତ ବୋଲି ଚିହ୍ନଟ କରିଥିଲା। ପୋଲିସ ତାଙ୍କ ଘର ଠିକଣାରେ ପହଞ୍ଚତ୍ବାବେଳେ ସେ ସେଠାରେ ନ ଥିବା ଜଣାପଡ଼ିଥିଲା। ଉକ୍ତ ବ୍ୟକ୍ତି ଜଣକ କଟକର ଏକ ବସ୍ତିରେ ରହିବା ସହ ଜରି ଗୋଟାଇ ଗୁଜରାଣ ମେଣ୍ଟାଉଥିଲେ। କେଉଁ କାରଣରୁ ସେ ଦିନମଜୁରିଆଙ୍କୁ ଟାର୍ଗେଟ କରିଥିଲେ ତାହା ଜାଣିବା ପାଇଁ ଉତ୍କଣ୍ଠା ରହିଥିବା କମିଶନର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri