କଟକରୁ ସ୍ଥାନାନ୍ତର ହେବ ମଧୁସୂଦନ ଆଇଟିଆଇ

କଟକ ଅଫିସ,୧୪।୨: କଟକ ଏସ୍‌ସିବି ମେଡିକାଲକୁ ନୂଆ ରୂପ ଦେବା ସହ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଣୁ ଏହାର ଆଖପାଖ ଅଞ୍ଚଳରୁ ଘର, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଏହି କ୍ରମରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧୁସୂଦନ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି। ହେଲେ ନୂଆ ଜାଗାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।
କଟକ ଜିଲାର ଛାତ୍ରୀଛାତ୍ରଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୭୦ ମସିହାରେ ବୋସ୍‌ କ୍ୟାମ୍ପସଠାରେ ଏକ ସରକାରୀ ସିଲେଇ ତାଲିମ କେନ୍ଦ୍ର ଖୋଲାଯାଇଥିଲା। ୨୦୦୯ରେ ଏହାର ଭିତ୍ତିଭୂମି ଏବଂ ବୈଷୟିକ ଉନ୍ନତୀକରଣ କରାଯାଇ ମଧୁସୂଦନ ଶିଳ୍ପ ତାଲିମ ଅନୁଷ୍ଠାନ ନାମରେ ନାମିତ କରାଯାଇଥିଲା। ଶିଳ୍ପ ତାଲିମ ବ୍ୟବସ୍ଥା ପରଠୁ ଏଠାରେ ଶିକ୍ଷା ଗ୍ରହଣ କରିଥିବା ଅନେକ ଉଦୀୟମାନ ଛାତ୍ରୀଛାତ୍ର ଦେଶର ବଡ଼ ବଡ଼ ଶିଳ୍ପସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି ଏହି ଶିକ୍ଷାନୁଷ୍ଠାନ। ବର୍ତ୍ତମାନ ଏଠାରେ ଇଲେକ୍ଟ୍ରୋନିକ୍ସ, ଫିଟର୍‌, ଇଲେକ୍ଟ୍ରିସିଆନ, ଡ୍ରେସ୍‌ ମେକିଂ, ସିୱିଙ୍ଗ୍‌ ଟେକ୍ନୋଲୋଜି ଏବଂ ଡ୍ରାଫ୍ଟସ ମ୍ୟାନ୍‌ ସିଭିଲ୍‌ ଭଳି ୬ଟି ଟ୍ରେଡ୍‌ରେ ୧୮୯ଟି ସିଟ୍‌ ରହିଛି।
ଏବେ ଏସ୍‌ସିବି ମେଡିକାଲର ସମ୍ପ୍ରସାରଣ ପାଇଁ ମଧୁସୂଦନ ଶିଳ୍ପ ତାଲିମ ଅନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି। ତେବେ ଏହି ଅନୁଷ୍ଠାନ କେଉଁଠାକୁ ଘୁଞ୍ଚିବ ସେନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ତେବେ ଏହା ପାରାଦୀପକୁ ସ୍ଥାନାନ୍ତର ହେବା ଆଶଙ୍କା ରହିଛି ବୋଲି କଟକ ମହାନଗର ନାଗରିକ ମହାସଭା ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି। ମହାସଭା ସଭାପତି ଡା. ରବି ରଞ୍ଜନ ସାହୁ ପ୍ରେସ୍‌ ବିବୃତିରେ ଦର୍ଶାଇଛନ୍ତି, ଏବେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ବହନ କରୁଥିବା ମଧୁସୂଦନ ଆଇଟିଆଇ ପାରାଦୀପକୁ ସ୍ଥାନାନ୍ତର କରାଯିବା ପାଇଁ ଖୁବ୍‌ ଜୋରରେ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି। ଆସନ୍ତା ଶିକ୍ଷା ବର୍ଷଠାରୁ ଏହି କେନ୍ଦ୍ର ପାରାଦୀପକୁ ସ୍ଥାନାନ୍ତର ହେବା ଆଶଙ୍କା ପ୍ରକାଶ ପାଇଛି। ଏସ୍‌ସିବି ମେଡିକାଲ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଉକ୍ତ ଅନୁଷ୍ଠାନ ସ୍ଥାନାନ୍ତର ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା କଟକର ସ୍ବାଭିମାନ ଓ ସଂସ୍କୃତି ପ୍ରତି ଚରମ କୁଠାରାଘାତ ବୋଲି ସେ କହିଛନ୍ତି। ଏହି କ୍ରମରେ କଟକକୁ ଶ୍ରୀହୀନ କରିବା ପାଇଁ ସରକାରୀ ଅଧିକାରୀମାନଙ୍କର ଯେଉଁ ଚକ୍ରାନ୍ତ ଆରମ୍ଭ ହୋଇଛି, ତାହାକୁ ପ୍ରତିହତ କରାଯିବା ନିହାତି ଆବଶ୍ୟକ। ଏହା ନ ହେଲେ ଆଗାମୀ ଦିନରେ ଓଡ଼ିଶାର ସଂସ୍କୃତି ଓ ବାଣିଜ୍ୟର ସ୍ନାୟୁକେନ୍ଦ୍ର କଟକ କେବଳ ଇତିହାସରେ ରହିବା ସହ ଏହାର ଭୌଗୋଳିକ ପରିସୀମା ସଙ୍କୁଚିତ ହୋଇଯିବ ବୋଲି ଡା. ସାହୁ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଦୃଷ୍ଟିରୁ ଉକ୍ତ ଅନୁଷ୍ଠାନ ଅନ୍ୟତ୍ର ସ୍ଥାନାନ୍ତର ନ କରି କଟକରେ ପୂର୍ବ ଭଳି କାର୍ଯ୍ୟ କରିବା ପାଇଁ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଶିଶିର କୁମାର ସାହୁ କହିଛନ୍ତି, ଶିକ୍ଷାନୁଷ୍ଠାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ତିନୋଟି ଜାଗା ଦେଖା ହୋଇଛି। ଚୌଦ୍ୱାରଠାରେ ଚିହ୍ନଟ ହୋଇଥିବା ଜାଗାକୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ପାରାଦୀପକୁ ଆଦୌ ସ୍ଥାନାନ୍ତର କରାଯିବ ନାହିଁ। ସେଠାରେ ଆଉ ଏକ ଆଇଟିଆଇ ନିର୍ମାଣ ହେଉଥିବା ଯୋଗୁ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨: ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri