କଟକଣା ହେଲା କୋହଳ

କେନ୍ଦୁଝର, ୨୧।୫( ସ୍ବ.ପ୍ର.)-ଜିଲା ପ୍ରଶାସନ ଜାରି କଲା ନୂଆ ଗାଇଡ଼ ଲାଇନ। କଣ୍ଟେନମେଣ୍ଟ ଯୋନ ବାହାରେ କୋଭିଡ୧୯ ପାଇଁ ଥିବା କଟକଣା କୋହଳ କଲା। ଗ୍ରସୋରି, କ୍ଷୀର ଓ ମେଡିସିନ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ସକାଳ ୭ଟାରୁ ସା ୫ଟା ପର୍ଯ୍ୟନ୍ତ ଖୋଲିବ। ଏନ୍‌ଏଚ୍‌ ବା ଏସ୍‌ଏଚ୍‌ କଡରେ ଚା’ ଦୋକାନ ଖୋଲିବ। ତେବେ କାଗଜ କପ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ହାଟ/ବଜାର ଖୋଲିବ। ଭିଡ଼ କଟକଣା ପାଇଁ ବାରିକେଡ଼ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପୋର୍ଟସ କମ୍ପ୍ଲେକ୍ସ, ଷ୍ଟାଡିୟମ ଖୋଲିବ। ଖେଳାଳୀ ବ୍ୟତୀତ ଦର୍ଶକଙ୍କୁ ମନା କରାଯାଇଛି। ଗାଡି ଚଳାଚଳ ଉପରୁ କଟକଣା ଉଠିଲା। ତେବେ କୋଭିଡ୧୯ ନିୟମ ପାଳନ କରି ଯାତ୍ରୀବାହୀ ବସ, ଟ୍ୟାକ୍ସି ଚଳାଚଳ କରିପାରିବ। ପାର୍ସଲ ବ୍ୟବସ୍ଥା କରି ହୋଟେଲ ଓ ରେଷ୍ଟୁରାଣ୍ଟ ଚାଲିବ ବୋଲି ଜିଲାପାଳ ଆଶୀଷ ଠାକ୍‌ରେ ସୂଚନା ଦେଇଛନ୍ତି।