Posted inରାଜ୍ୟ

କଟକଣା ସତ୍ତ୍ୱେ ବନ୍ଦ ହେଲାନି ଫର୍ମାଲିନ ବ୍ୟବହାର

ପାରାଦୀପ,୪ା୭(ସ୍ବ.ପ୍ର.): ସମୁଦ୍ରରୁ ଉତ୍ପାଦିତ ମାଛକୁ ଏ, ବି, ସି, ଡି ଭଳି ଗ୍ରେଡ୍‌ କରାଯାଇ ବିକ୍ରୟ କରାଯାଏ। ଏ ଓ ବି ଗ୍ରେଡ୍‌ ମାଛ ବିଦେଶକୁ ରପ୍ତାନୀ ହେଉଥିବାବେଳେ ସି ଓ ଡି ଗ୍ରେଡ ମାଛକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଏ। ଏହି ପ୍ରକାରର ଅଧିକାଂଶ ମାଛକୁ ଶୁଖୁଆ କରାଯାଏ। ପୁରୁଣା ପଦ୍ଧତି ଅନୁସାରେ ହେଉଥିବା ଶୁଖୁଆ ମଣିଷ ଶରୀର ପାଇଁ ସେତେ କ୍ଷତିକାରକ ନ ଥିଲା। କିନ୍ତୁ ଏବେ ଗତ ୧୦ ବର୍ଷ ହେଲା ଶୁଖୁଆରେ ମିଶିଯାଉଛି ଫର୍ମାଲିନ୍‌ ନାମକ କେମିକାଲ, ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥିଲେ ହେଁ ସେଥିପ୍ରତି କାହାର ଭ୍ରୂକ୍ଷେପ ନାହିଁ। ଏନେଇ ବହୁବାର କଟକଣା ଜାରି କରାଯାଇଥିଲେ ମଧ୍ୟ ଏହାର ବ୍ୟବହାର ବନ୍ଦ ହେଉନାହିଁ। ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦରରେ ଏବେ ଏହି ରାସାୟନିକ ପଦାର୍ଥ ବହୁଳ ପରିମାଣରେ ମିଶ୍ରଣ କରାଯାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହେବା ପରେ ଫର୍ମାଲିନ୍‌ର ବ୍ୟବହାର ଅଧିକ ମାତ୍ରାରେ ଚାଲିଛି। କାରଣ ବର୍ଷାରେ ମାଛକୁ ଶୁଖାଇବା ସହଜ ନୁହେଁ। ତେଣୁ ଶୁଖୁଆ ତିଆରି ହେଉଥିବା ଲୁଣି ପାଣି ଟାଙ୍କିରେ ଫର୍ମାଲିନ୍‌ କେମିକାଲ ପକାଇ ଦେଲେ ଶୀଘ୍ର ଶୁଖୁଆ ପ୍ରସ୍ତୁତ ହୋଇଯାଉଛି। ମାଛଧରା ବନ୍ଦର ବ୍ୟତୀତ ଅଠରବାଙ୍କୀ ଶୁଖୁଆ ଖଳାରେ ମଧ୍ୟ ସେହି କେମିକାଲ ବ୍ୟବହାର ହେଉଛି। ଏହି ଫର୍ମାଲିନକୁ ମତ୍ସ୍ୟ ବିଭାଗ ନିଷିଦ୍ଧ ଘୋଷଣା କରିଥିଲା। ଏପରି କି ବେଳେ ବେଳେ ପ୍ରଚାର ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଏ। ଏଥିସହ କାରଖାନାରେ ସମ୍ପୃକ୍ତ ବ୍ୟବସାୟୀ, ସଂଘ, ସମିତି, ଆମଦାନୀ-ରପ୍ତାନୀକାରୀ ସଂସ୍ଥା ଆଦିଙ୍କୁ ପ୍ରତିବର୍ଷ ଚିଠି ଯୋଗେ ଅବଗତ କରାଯାଉଛି ବୋଲି ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ମଧୁମୟ ସାମଲ କହିଛନ୍ତି। ଏହାସତ୍ତ୍ୱେ ଫର୍ମାଲିନ ମିଶ୍ରଣ ଚାଲିଛି। ସୂଚନାଯୋଗ୍ୟ, ଫର୍ମାଲିନ୍‌ କେମିକାଲ ପ୍ରାୟତଃ ପ୍ଲାଷ୍ଟିକ ଓ ଚମଡ଼ା ଶିଳ୍ପରେ ବ୍ୟବହୃତ ହୁଏ। ଏଥିସହ ମୃତଦେହ ଅଧିକ ଦିନ ସଂରକ୍ଷଣ ପାଇଁ ପୋଲିସ ଓ ତଦନ୍ତକାରୀ ସଂସ୍ଥା ବ୍ୟବହାର କରିଥାନ୍ତି। ଏହି କେମିକାଲ ମାଛରେ ମିଶିବା ଦ୍ୱାରା ତାହା ଶୀଘ୍ର ଶୁଖିଥାଏ ଏବଂ ପଚେ ନାହିଁ। ବର୍ଷାଦିନେ ମାଛ ପଚି ଶଢ଼ି ଯିବାର ସମ୍ଭାବନା ଅଧିକ। ସେତେବେଳେ କେମିକାଲ ମିଶାଇ ଦେଲେ ଆଉ ନଷ୍ଟ ହୁଏ ନାହିଁ। କେମିକାଲ ମିଶା ଶୁଖଆ ମଣିଷ ଖାଇଲେ ତାହା ଶରୀରରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରିବାର ଆଶଙ୍କା ଅଛି ବୋଲି କୁହନ୍ତି ଡା. ପ୍ରଫୁଲ କୁମାର ଦୀକ୍ଷିତ। ଏସବୁ କେମିକାଲକୁ ବ୍ୟବସାୟୀମାନେ ପ୍ରାୟତଃ କଲିକତାରୁ ବସ୍‌ ଯୋଗେ ଆଣି ବିକ୍ରୟ କରିଥାନ୍ତି। ଯଦିଓ କେତେଥର ପୋଲିସ ଏହି କେମିକାଲ ଜବତ କରିଛି, ତେବେ ପରେ ମୂଲଚାଲ ନୀତିରେ ଛାଡ଼ିଦେଇଥିବା ଅଭିଯୋଗ ହେଉଛି। ତେଣୁ ଏବେ ଅବକାରୀ ବିଭାଗ ଭଳି ପୋଲିସର ମାସିକିଆ ଚାନ୍ଦା ତାଲିକାରେ ବ୍ୟବସାୟୀମାନେ ରହିଲେଣି ବୋଲି ଚର୍ଚ୍ଚା ହୁଏ। ଏପରି କି ଏକଦା ପାରାଦୀପରୁ କେରଳ ଯାଇଥିବା ୩ ଟ୍ରକ୍‌ ଶୁଖୁଆକୁ ସେଠାକାର ଡ୍ରଗ୍ସ ବିଭାଗ ଜବତ କରିବା ସହ ମାମଲା ରୁଜୁ କରିଥିଲା। ଶୁଖୁଆ ଖଳାର ଜଣେ ବ୍ୟବସାୟୀ ଏହି କାରଣ ପାଇଁ ଦେବାଳିଆ ହୋଇଛନ୍ତି। ଏମିତି ଅନେକ ଘଟଣା ଘଟିଥିଲେ ମଧ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ହେଉନାହିଁ। ଏ ସମ୍ପର୍କରେ ଫୁଡ୍‌ ଇନ୍ସପେକ୍ଟର ଅନିତା ରାଉତ କହିଛନ୍ତି ଯେ, ଗତବର୍ଷ ଡିସେମ୍ବରରେ ଆମେ ଶୁଖୁଆ ନମୂନା ସଂଗ୍ରହ କରିଥିଲୁ। ସେତେବେଳେ ଅଳ୍ପ ପରିମାଣର କେମିକାଲ ମିଶିଥିବା ଜଣାପଡିଥିଲା। ଏବେ ଯଦି ସେହି କେମିକାଲ ବହୁଳ ଭାବେ ବ୍ୟବହାର ହେଉଥାଏ, ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri