କଟକଣା ନ ମାନି ବଡ଼ଦାଣ୍ଡରେ ବୁଲିଲେ ବିଦେଶୀ

ପୁରୀ ଅଫିସ,୧।୫: ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି। ପୁରୀରେ ମଧ୍ୟ ଏକାଧିକ କଟକଣା ଜାରି କରାଯାଇଛି। ତେବେ ପୁରୀରେ ଜଣେ ବିଦେଶୀ ଲକ୍‌ଡାଉନ କଟକଣା ଉଲ୍ଲଂଘନ କରି ବଡଦାଣ୍ଡରେ ଖୁଲମଖୁଲା ବୁଲିବା ଘଟଣା ପ୍ରଶାସନିକ ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ବୁଧବାର ଜଣେ ବିେଦେଶୀ ସାଇକେଲରେ ବଡ଼ଦାଣ୍ଡ, ମଙ୍ଗୁମଠ କଡ଼ ଦେଇ କାକୁଡ଼ିଖାଇ ଛକ ଆଡେ ଯାଉଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବିଦେଶୀ ଜଣଙ୍କ ଧଳା ରଙ୍ଗର ହାପ୍‌ ପ୍ୟାଣ୍ଟ, ଟି ଶାର୍ଟ ଏବଂ ଧଳା କ୍ୟାପ୍‌ ପିନ୍ଧିଥିବାବେଳେ ମୁହଁରେ ମାସ୍କ ବାନ୍ଧିଥିଲେ। ସାଇକେଲରେ ବଡ଼ଦାଣ୍ଡରେ ବୁଲୁଥିବା ବେଳେ ତାଙ୍କୁ ଅନ୍ୟମାନେ ଦେଖି ଚକିତ ହୋଇପଡ଼ିିଥିଲେ।
ଏ ସମ୍ପର୍କରେ ସହରର ନାଗରିକ ପ୍ରସନ୍ନ ମହାପାତ୍ର କହିଛନ୍ତି, ଲକ୍‌ଡାଉନ ଘୋଷଣା ହେବାର ୫ଦିନ ପୂର୍ବରୁ ଜିଲା ପ୍ରଶାସନ ସହରର ସମସ୍ତ ହୋଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ସବୁ ପର୍ଯ୍ୟଟକଙ୍କୁ ସହର ଛାଡି ଚାଲିଯିବାକୁ ମଧ୍ୟ କୁହାଯାଇଥିଲା। ହେଲେ ଯେଉଁ ବିଦେଶୀ ନାଗରିକ ବଡ଼ଦାଣ୍ଡରେ ସାଇକେଲ ଧରି ବୁଲୁଛନ୍ତି ସେ ରହୁଛନ୍ତି କେଉଁଠି? ପ୍ରଶାସନ ଏବଂ ପୋଲିସ ପାଖରେ ତାଙ୍କ ସମ୍ପର୍କରେ ସୂଚନା ଅଛି କି ନାହିଁ। ସେ କେବେ ଓ କେଉଁ ଦେଶରୁ ଆସିଛନ୍ତି? ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ନା ନାହିଁ? ବର୍ତ୍ତମାନ ବିଦେଶୀଙ୍କ କଥା ଶୁଣିବା ବେଳକୁ ଲୋକେ ଭୟ କରୁଛନ୍ତି। ମାତ୍ର ଲକ୍‌ଡାଉନ କଟକଣା ସମୟରେ ଏହି ବିଦେଶୀ ଜଣଙ୍କ କିପରି ବିନା ଦ୍ୱିଧାରେ ବୁଲୁଛନ୍ତି ତାହାର ତଦନ୍ତ କରାଯିବା ଦରକାର।
ଅନ୍ୟପକ୍ଷରେ ଜଣେ ଅଧିକାରୀ କହିଛନ୍ତି, ବହୁ ପୂର୍ବରୁ ଆସିଥିବା କେତେଜଣ ବିଦେଶୀ ପର୍ଯ୍ୟଟକ ଫ୍ଲାଇଟ୍‌ ବନ୍ଦ ହୋଇଯିବାରୁ ରହିଯାଇଛନ୍ତି। ପ୍ରଶାସନ ଏବଂ ପୋଲିସ ସେମାନଙ୍କ ବିଷୟରେ ଅବଗତ ଅଛନ୍ତି। ସେମାନେ ନିର୍ଦ୍ଦିଷ୍ଟ କିଛି ହୋଟେଲରେ ରହୁଥିବାବେଳେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କିନ୍ତୁ ଲକ୍‌ଡାଉନ କଟକଣା ଥିବାରୁ ସେମାନେ ବାହାରକୁ ବାହାରିବା କଥା ନୁହେଁ। କେଉଁ ପରିପ୍ରେକ୍ଷୀରେ ସେ ବାହାରେ ବୁଲିଲେ, ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ବାହାରକୁ କିପରି ଛାଡିଲେ ତାହାର ତଦନ୍ତ କରାଯିବ।
ସୂଚନାଥାଉ କି, ପୋଲିସ ଏବଂ ପ୍ରଶାସନକୁ ନ ଜଣାଇ ୩ଜଣ ବିଦେଶୀ ପର୍ଯ୍ୟଟକ ବଳିଆପଣ୍ଡାସ୍ଥିତ ହୋଟେଲ ଦେବଭୂମିରେ ରହୁଥିଲେ। ଗତ ମାସ ୨୪ ତାରିଖରେ ଏହା ଜଣାପଡ଼ିିବା ପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସେହି ହୋଟେଲକୁ ସିଲ୍‌ କରାଯାଇଥିଲା। ଏଥିସହ ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ନିଆଯାଇ ଭୁବନେଶ୍ୱର ବିମାନ ବନ୍ଦରରେ ଛଡ଼ାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri