କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ବିଳମ୍ବ କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ବିଦା କରାଯିବ। ଏକଦା ଶ୍ରୀମନ୍ଦିର ପ୍ରଶାସନ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହି ନିଷ୍ପତ୍ତି ପୂର୍ବରୁ ପାଳିଆ ପୁରସ୍କାର ଉପରେ ବି ସଂସ୍କାରର ଛାଟ ଲଗାଯାଇଥିଲା। କିନ୍ତୁ କେତେଜଣ ସେବକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଏହି କଟକଣାକୁ ସେମାନେ ବେଖାତିର କରୁଛନ୍ତି। ଏପରି କି କେତେଜଣ ନିର୍ଦ୍ଦିଷ୍ଟ ସେବାୟତ ନୀତି ବିଳମ୍ବର କାରଣ ସାଜୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ଏକ ନିତିଦିନିଆ ଘଟଣା ହେଲାଣି।

ଶ୍ରୀମନ୍ଦିରକୁ ସାଧାରଣ ଦିନରେ ୬୦ରୁ ୭୦ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ପର୍ବପବର୍ବାଣି ତଥା ସ୍ବତନ୍ତ୍ର ଦିନରେ ଏହି ସଂଖ୍ୟା ଲକ୍ଷେ ଟପିଯାଏ। ତେଣୁ ନୀତି ବହୁଳ ଶ୍ରୀମନ୍ଦିରରେ କିପରି ନିର୍ଘଣ୍ଟ ସମୟରେ ନୀତି କରାଯାଇ ଭକ୍ତ ଦର୍ଶନ ସୁବିଧା ପାଇପାରିବେ ତାହା ଉପରେ ଗୁରତ୍ୱ ଦେଉଛି ମନ୍ଦିର ପ୍ରଶାସନ। ସୁପ୍ରିମକୋର୍ଟ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଅନେକ ସମୟରେ ନୀତି ବିଳମ୍ବ ଯୋଗୁ ମନ୍ଦିରରେ ବିଶୃଙ୍ଖଳା ଓ ବିଭ୍ରାଟ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କଠୋର ହୋଇଥିଲା। ଏହାପରେ କେକେକାଂଶରେ ସୁଧାର ଆସିଥିଲା। ହେଲେ ପୁଣି ନୀତିରେ ବିଳମ୍ବ ହେବାରୁ ଗତବର୍ଷ ଜାନୁୟାରୀ ୨୯ ତାରିଖ ପରିଚାଳନା କମିଟି ବୈଠକରେ ଆହୁରି କଡା ନିଷ୍ପତ୍ତି ନିଆଯାଇଥିଲା। ତିନିଥର ନୀତିରେ ବିଳମ୍ବ ହେଲେ ସେବାରୁ ବହିଷ୍କାର କରାଯିବ। ଜାଣିଶୁଣି ଯଦି କେହି ଥରେ ବିଳମ୍ବ କରୁଥିବା ଜଣାପଡ଼ିବ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ସେବାରୁ ବିଦା କରାଯିବ। ଏପରି କଟକଣା ଜାରି କରାଯାଇଛି ସିନା ହେଲେ ଏହାକୁ କେତେଜଣ ସେବାୟତ ବେଖାତିର କରୁଛନ୍ତି। ଗତ ଗୁରୁବାର ଦୁଇ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତି ୨ ଘଣ୍ଟା ନୀତି ବିଳମ୍ବ ହୋଇଥିଲା। ଜଣେ ସେବାୟତ ପରବର୍ତ୍ତୀ ନୀତି କରିବେ ନାହିଁ ବୋଲି ରୋକ୍‌ଠୋକ ମନା କରି ଚାଲିଗଲେ। ପରେ ଉଭୟଙ୍କୁ ଡାକି ବୁଝାଶୁଝା କରିଥିଲା ପ୍ରଶାସନ । ଶେଷରେ ନୀତି ସ୍ବାଭାବିକ ହୋଇଥିଲ। କିନ୍ତୁ ବହୁ ଭକ୍ତ ମହାପ୍ରସାଦ ନ ପାଇ ମନ ଦୁଃଖରେ ଫେରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଶୃଙ୍ଖଳା ପାଇଁ ଯେଉଁ କଟକଣା କରାଯାଉଛି ତାହାକୁ କେତେଜଣ ମାନୁନାହାନ୍ତି କାହିଁକି? ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉଛି କ’ଣ ପାଇଁ । ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ଠାକୁରଙ୍କ ନୀତି ଧାର୍ଯ୍ୟ ସମୟରେ ସମ୍ପନ୍ନ ଲାଗି ଯେଉଁସବୁ କଟକଣା କରାଯାଇଛି ସେସବୁକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କେହି ବି କିଛି ଭୁଲ କରନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଗୁରୁବାର ନୀତି ବିଳମ୍ବ ନେଇ ଦୁଇଜଣ ସେବାୟତଙ୍କଠାରୁ ରିପୋର୍ଟ ମଗାଯାଇଥିଲା। ସେମାନଙ୍କ ରିପୋର୍ଟ ମିଳିଛି। ଏହାର ଅନୁସନ୍ଧାନ କରାଯାଇ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri