‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର ଏକ ପ୍ରଶ୍ନର ଉତ୍ତରରେ ଅଭିଷେକ ଏହା କହିଛନ୍ତି। କେଉଁ ଗୀତ ଆପଣଙ୍କର ପସନ୍ଦ, ଏବଂ ଆପଣ ସେଥିରେ ନାଚିବାକୁ ପସନ୍ଦ କରିବେ ବୋଲି ୟସ୍‌ରାଜ ଫିଲ୍ମସ୍‌ ପକ୍ଷରୁ ଅଭିଷେକଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ଅଭିଷେକ ଏହା କହିଛନ୍ତି।
‘କଜରାରେ’ ଗୀତ ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍କ ‘ବଣ୍ଟି ଔର ବବ୍‌ଲୀ’ର। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ଗୀତରେ ଆଇଟମ୍‌ ନୃତ୍ୟ କରିଥିଲେ। ଅଭିଷେକ ଏବଂ ଅମିତାଭ ବଚ୍ଚନଙ୍କୁ ମଧ୍ୟ ତାଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଫିଲ୍ମରେ ରାଣୀ ମୁଖାର୍ଜୀ ଏବଂ ଅଭିଷେକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

Share