କଙ୍ଗନାଙ୍କ ସ୍ବପ୍ନ ହେଲା ପୂରଣ

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ନିଜ ଅଭିନୟ ଜରିଆରେ ସେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କଙ୍ଗନା ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ ମୁମ୍ବାଇରେ ବିଳାଶପୂର୍ଣ୍ଣ ଷ୍ଟୁଡିଓ କିଣିଛନ୍ତି। କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲା ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି। ଏହି ଷ୍ଟୁଡିଓକୁ କିଣିବା ପାଇଁ କଙ୍ଗନା ୧୦ ବର୍ଷ ପୂର୍ବରୁ ସ୍ବପ୍ନ ଦେଖିଥିଲେ ବୋଲି ରଙ୍ଗୋଲୀ କହିଛନ୍ତି। କଙ୍ଗନା ଏବେ ଆଗାମୀ ଫିଲ୍ମ ‘ପଙ୍ଗା’ ଏବଂ ‘ଥାଲାଇଭି’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ‘ପଙ୍ଗା’ରେ କବାଡି ଖେଳାଳି ଭୂମିକାରେ ନଜର ଆସିବେ।

Share