କଖାରୁବଳି, ଝୁଣାହାଣ୍ଡି ପରମ୍ପରା

ଭଦ୍ରକ ଅଫିସ, ୭।୧୦ – ମା’ ଦଶଭୁଜାଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପୂଜା କରାଯାଏ। ଭଦ୍ରକରେ ବିଭିନ୍ନ ପୂଜା ମଣ୍ଡପରେ ପରମ୍ପରା ଅନୁଯାୟୀ ମା’ଙ୍କ ପୂଜା ପାଳିତ ହୋଇଅସୁଛି। ଚରମ୍ପା ଏରେଇଁସ୍ଥିତ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ଦ୍ୱାରା ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା ଅବସରରେ କଖାରୁ ବଳି ଦେବା ପରମ୍ପରା ଟିକେ ନିଆରା। ଗାଁର ଶତାଧିକ ଲୋକ ମା’ଙ୍କ ନିକଟରେ କଖାରୁ ଦାନ କରିଥିଲେ। ବାଦ୍ୟ ବାଜଣା ଭିତରେ ମା’ଙ୍କୁ ଏହି କଖାରୁ ବଳି ଦିଆଯାଇଛି। ଏହି ବଳି ସମୟରେ ବିଭିନ୍ନ ମାନସିକ କରିଥିଲେ ମାନସିକଧାରୀ। କମିଟି ସମ୍ପାଦକ ଜୟନ୍ତ କୁମାର ସେନାପତି, ଯୁଗ୍ମ ସମ୍ପାଦକ ଶ୍ୟାମସୁନ୍ଦର ଗୁପ୍ତା, ଭାଗବତ ପାଢୀ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ମୁକ୍ତିକାନ୍ତ ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେହିଭଳି ସନ୍ଥିଆଠାରେ ମା’ ଦୁର୍ଗାଙ୍କ ନିକଟରେ ବଙ୍ଗୀୟ ପରମ୍ପରାରେ ପୂଜାର୍ଚ୍ଚନା କରାଯାଇ ଆସୁଛି। ଏଠି ପୂଜାର ମୁଖ୍ୟ ଆକର୍ଷଣ ଝୁଣାଦୀପ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ପୀଠରେ ଅଷ୍ଟମୀରେ ପୂଜାର୍ଚ୍ଚନା କରିବା ସହ ମହିଳାମାନେ ମୁଣ୍ଡରେ ମାଟିହାଣ୍ଡିରେ ଝୁଣା ଜଳାଇ ମା’ଙ୍କ ସମ୍ମୁଖରେ ବସି ସ୍ମରଣ କଲେ ମନସ୍କାମନା ପୂରଣ ହେବା ସାଙ୍ଗକୁ ପରିବାରରେ ସୁଖଶାନ୍ତି ରହିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଶତାଧିକ ମହିଳା ଏଥିରେ ସାମିଲ ହୋଇଥିଲେ। ଏଠାରେ ବଙ୍ଗୀୟ ପରମ୍ପରା ଅନୁସାରେ ହେଉଥିବା ପୂଜାକୁ ଉଭୟ ସମ୍ପ୍ରଦାୟର ଲୋକ ମିଳିମିଶି ପାଳନ କରୁଛନ୍ତି। ପୂଜା କାର୍ଯ୍ୟକ୍ରମରେ ଜିଲା ଓ ଜିଲା ବାହାରୁ ଅନେକ ମାନସିକଧାରୀ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri