କଏଦୀଙ୍କ ଫୋନ୍‌ କଲ୍‌ ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ବିଭିନ୍ନ ସମୟରେ କଏଦୀମାନେ ଜେଲ୍‌ ବାହାରର ଅପରାଧୀଙ୍କ ସହ ସମ୍ପର୍କ ରଖନ୍ତି। ଏପରି କି ଜେଲ ଭିତରେ ରହି ବାହାରେ ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥାନ୍ତି। ବାହାର ଅପରାଧୀଙ୍କ ସହ କଏଦୀଙ୍କ ଲିଙ୍କ୍‌ ରହିଥିବା ତଦନ୍ତରୁ ପୋଲିସ ଜାଣିପାରିଲେ ମଧ୍ୟ କିଛି କରିପାରେନାହିଁ। ଏହାକୁ ଦୃଷ୍ଟିରେ ରଖି ଏଣିକି ଜେଲ ଭିତରେ କଏଦୀଙ୍କ ଫୋନ କଲ ଉପରେ ଅଙ୍କୁଶ ଲଗାଇବାକୁ ଜେଲ ବିଭାଗ ଯୋଜନା କରିଛି। କଏଦୀମାନେ ଆଉ ମନ ଇଚ୍ଛା କାହାକୁ ଫୋନ୍‌ କରିପାରିବେ ନାହିଁ। ସେମାନଙ୍କ ପାଇଁ ସ୍ବୟଂ ନିୟନ୍ତ୍ରଣ ଫୋନ ଲଗାଯିବାର ଯୋଜନା କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ। ସରକାର ଏହାକୁ ଅନୁମୋଦନ କରିବା ପରେ ଏହା କାର୍ଯ୍ୟକାରୀ କରାଯିବ। ପ୍ରଥମେ ଭୁବନେଶ୍ୱରର ଝାରପଡ଼ା ଓ କଟକର ଚୌଦ୍ୱାର ଜେଲରେ ଏହି ବ୍ୟବସ୍ଥା ହେବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଜେଲରେ ଏହା ଲାଗୁ କରାଯିବ। କଏଦୀମାନେ କେଉଁମାନଙ୍କୁ କଲ୍‌ କରି କଥା ହେବେ ସେମାନଙ୍କ ଫୋନ ନମ୍ବର ଜେଲ କର୍ତ୍ତୃପକ୍ଷଙ୍କୁ ଦେବେ। ସେମାନେ କେବଳ ୩ଜଣଙ୍କ ସହ କଥା ହେବାକୁ ଅନୁମମତି ଦିଆଯିବ। ଜେଲ କର୍ତ୍ତୃପକ୍ଷ ଏହି ନମ୍ବରକୁ ଯାଞ୍ଚ କରିବେ। କଏଦୀ ଦେଇଥିବା ନମ୍ବର କେଉଁମାନେ ବ୍ୟବହାର କରୁଛନ୍ତି ତାହାର ତଥ୍ୟ ରଖାଯିବ। ଏହାପରେ କଏଦୀମାନଙ୍କୁ ଫୋନ୍‌ କରିବାକୁ ଅନୁମତି ମିଳିବ। କଏଦୀ କେବଳ ୩ମିନିଟ ଏହି ଫୋନ୍‌ରେ କଥା ହୋଇପାରିବେ। କଏଦୀ କଥା ହେଉଥିବା ବେଳେ ୩ ମିନିଟ ହୋଇଗଲେ ଫୋନ ଆପେ କଟିଯିବ। ଏଥିସହ କଏଦୀ ଯାହା କଥା ହେଉଥିବେ ତାହା ମଧ୍ୟ ରେକର୍ଡ ହୋଇ ରହିଯିବ। ପରେ ଏହି ରେକର୍ଡିଂଙ୍କୁ ଜେଲ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଯଦି କେହି କଏଦୀ ବାହାରେ ଥିବା କୌଣସି ଅପରାଧୀଙ୍କ ସହ କଥା ହୋଇଥାନ୍ତି ତାହା ଜଣାପଡ଼ିଯିବ। ଏହି ସ୍ବୟଂ ନିୟନ୍ତ୍ରଣ ଫୋନ ବ୍ୟବସ୍ଥା ହେଲେ ଜେଲ ଭିତରେ ରହୁଥିବା କଏଦୀଙ୍କ ଉପରେ ନିୟନ୍ତ୍ରଣ ରହିବ। ଯାହାଫଳରେ ଜେଲ ଭିତରୁ ଯୋଜନା କରାଯାଉଥିବା ଆପରାଧିକ ଷଡ଼ଯନ୍ତ୍ର ଉପରେ ଅଙ୍କୁଶ ଲାଗିପାରିବ ବୋଲି ଜେଲ୍‌ ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?