କଏଦୀଙ୍କ ଫୋନ୍‌ କଲ୍‌ ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ବିଭିନ୍ନ ସମୟରେ କଏଦୀମାନେ ଜେଲ୍‌ ବାହାରର ଅପରାଧୀଙ୍କ ସହ ସମ୍ପର୍କ ରଖନ୍ତି। ଏପରି କି ଜେଲ ଭିତରେ ରହି ବାହାରେ ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥାନ୍ତି। ବାହାର ଅପରାଧୀଙ୍କ ସହ କଏଦୀଙ୍କ ଲିଙ୍କ୍‌ ରହିଥିବା ତଦନ୍ତରୁ ପୋଲିସ ଜାଣିପାରିଲେ ମଧ୍ୟ କିଛି କରିପାରେନାହିଁ। ଏହାକୁ ଦୃଷ୍ଟିରେ ରଖି ଏଣିକି ଜେଲ ଭିତରେ କଏଦୀଙ୍କ ଫୋନ କଲ ଉପରେ ଅଙ୍କୁଶ ଲଗାଇବାକୁ ଜେଲ ବିଭାଗ ଯୋଜନା କରିଛି। କଏଦୀମାନେ ଆଉ ମନ ଇଚ୍ଛା କାହାକୁ ଫୋନ୍‌ କରିପାରିବେ ନାହିଁ। ସେମାନଙ୍କ ପାଇଁ ସ୍ବୟଂ ନିୟନ୍ତ୍ରଣ ଫୋନ ଲଗାଯିବାର ଯୋଜନା କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ। ସରକାର ଏହାକୁ ଅନୁମୋଦନ କରିବା ପରେ ଏହା କାର୍ଯ୍ୟକାରୀ କରାଯିବ। ପ୍ରଥମେ ଭୁବନେଶ୍ୱରର ଝାରପଡ଼ା ଓ କଟକର ଚୌଦ୍ୱାର ଜେଲରେ ଏହି ବ୍ୟବସ୍ଥା ହେବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଜେଲରେ ଏହା ଲାଗୁ କରାଯିବ। କଏଦୀମାନେ କେଉଁମାନଙ୍କୁ କଲ୍‌ କରି କଥା ହେବେ ସେମାନଙ୍କ ଫୋନ ନମ୍ବର ଜେଲ କର୍ତ୍ତୃପକ୍ଷଙ୍କୁ ଦେବେ। ସେମାନେ କେବଳ ୩ଜଣଙ୍କ ସହ କଥା ହେବାକୁ ଅନୁମମତି ଦିଆଯିବ। ଜେଲ କର୍ତ୍ତୃପକ୍ଷ ଏହି ନମ୍ବରକୁ ଯାଞ୍ଚ କରିବେ। କଏଦୀ ଦେଇଥିବା ନମ୍ବର କେଉଁମାନେ ବ୍ୟବହାର କରୁଛନ୍ତି ତାହାର ତଥ୍ୟ ରଖାଯିବ। ଏହାପରେ କଏଦୀମାନଙ୍କୁ ଫୋନ୍‌ କରିବାକୁ ଅନୁମତି ମିଳିବ। କଏଦୀ କେବଳ ୩ମିନିଟ ଏହି ଫୋନ୍‌ରେ କଥା ହୋଇପାରିବେ। କଏଦୀ କଥା ହେଉଥିବା ବେଳେ ୩ ମିନିଟ ହୋଇଗଲେ ଫୋନ ଆପେ କଟିଯିବ। ଏଥିସହ କଏଦୀ ଯାହା କଥା ହେଉଥିବେ ତାହା ମଧ୍ୟ ରେକର୍ଡ ହୋଇ ରହିଯିବ। ପରେ ଏହି ରେକର୍ଡିଂଙ୍କୁ ଜେଲ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଯଦି କେହି କଏଦୀ ବାହାରେ ଥିବା କୌଣସି ଅପରାଧୀଙ୍କ ସହ କଥା ହୋଇଥାନ୍ତି ତାହା ଜଣାପଡ଼ିଯିବ। ଏହି ସ୍ବୟଂ ନିୟନ୍ତ୍ରଣ ଫୋନ ବ୍ୟବସ୍ଥା ହେଲେ ଜେଲ ଭିତରେ ରହୁଥିବା କଏଦୀଙ୍କ ଉପରେ ନିୟନ୍ତ୍ରଣ ରହିବ। ଯାହାଫଳରେ ଜେଲ ଭିତରୁ ଯୋଜନା କରାଯାଉଥିବା ଆପରାଧିକ ଷଡ଼ଯନ୍ତ୍ର ଉପରେ ଅଙ୍କୁଶ ଲାଗିପାରିବ ବୋଲି ଜେଲ୍‌ ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri