Categories: ଜାତୀୟ

‘କଂଗ୍ରେସ ସରକାରକୁ ଫେରିଲେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର’

ଚଣ୍ଡିଗଡ,୧୩।୨:ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଜୋରସୋରରେ ଚାଲିଛି। ଶାସକ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଲୋକଙ୍କ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ ଅଛନ୍ତି। ରବିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚାନ୍ନି ସରକାର ଫେରିବା ପରେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ପ୍ରତିଶୃତି ଦେଇଛନ୍ତି। ଏହା ସହିତ ଗରିବ ଏବଂ ଅଭାବୀ ମହିଳାମାନଙ୍କର ବିଶେଷ ଯତ୍ନ ନିଆଯିବା ସହିତ ଆର୍ଥିକ ସହାୟତା ମଧ୍ୟ ଦିଆଯିବ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କହିଛନ୍ତି, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ସରକାର ପ୍ରତିବର୍ଷ ୮ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦେବେ। ଏହା ସହିତ ମହିଳାଙ୍କୁ ପ୍ରତି ମାସରେ ୧୧୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଫେବୃୟାରୀ ୨୦ରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣନା କରାଯିବ।

Share