Categories: ଜାତୀୟ

କଂଗ୍ରେସ ସମସ୍ୟାର ଜନନୀ; ଭାଜପା ସମାଧାନର ଜନକ: ମୋଦି

ରାଞ୍ଚି,୨୫।୧୧: ଦେଶରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ଜନନୀ ହେଉଛି କଂଗ୍ରେସ। ତେବେ ଭାଜପା ସମାଧାନର ଜନକ ଭାବେ ଉଭା ହୋଇଛି। ଝାଡ଼ଖଣ୍ଡରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କଟାକ୍ଷ କରିଛନ୍ତି। କଂଗ୍ରେସ ଅନୁଚ୍ଛେଦ ୩୭୦ ଏବଂ ଅଯୋଧ୍ୟା ସମସ୍ୟାର ସମାଧାନ ନ କରି କେବଳ ନିଜର ଫାଇଦା ପାଇଁ ଦେଶର ଜନସାଧାରଣଙ୍କୁ ଅଯଥା ହଇରାଣ ହରକତ କରିଆସୁଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆଗକୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାର ଆୟୋଜନ କରାଯାଉଛି।

Share