Posted inଜାତୀୟ

କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ: ସଞ୍ଜୟ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ଜନତା ପାର୍ଟି ପାଗ ଭିଡୁଥିବା ବେଳେ ଏପଟେ ଶିବସେନା ନେତା ସଞ୍ଜୟ ରାଉତ ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ଚାଲିଛନ୍ତି। ଭାଜପା ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଦାବି କରି ନିଜ ଜିଦ୍‌ରେ ଅଡି ବସିବାରୁ ଏବେ ଶିବସେନା ବିନା ଭାଜପା ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ ସଞ୍ଜୟ ରାଉତ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯଦି ମହାରାଷ୍ଟ୍ରରେ କେହି ସରକାର ଗଠନ କରିବାକୁ ରାଜି ନୁହେଁ ତେବେ ଶିବସେନା ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କଂଗ୍ରେସକୁ ନିଜ ଆଡକୁ ଆକର୍ଷିତ କରିବାକୁ କହିଛନ୍ତି କଂଗ୍ରେସ ରାଜ୍ୟର ଶତ୍ରୁ ନୁହେଁ। ଏଥିରୁ ଅନୁମାନ କରାଯାଉଛି କି କଂଗ୍ରେସ ବୋଧହୁଏ ଶିବସେନାକୁ ପରୋକ୍ଷରେ ସମର୍ଥନ କରୁଛି। ଏସବୁ ପରେ ଏବେ ଭାଜପା ସରକାର ଗଠନ କରିବା ଓ ବହୁମତ ସାବ୍ୟସ୍ତ କରିବା ଉପରେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବାରୁ ରାଗିଗଲେ ମୋଦି, କହିଲେ ବିରୋଧୀଙ୍କୁ ଭୋଗିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୮ା୪: ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାସ ନ ହେବାରୁ ଶାସକ ଦଳ ରାଗି ପାଚି ଲାଲ୍‌। ଶନିବାର ମୋଦି କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

କେନ୍ଦ୍ରୀୟ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଉପହାର: DA ବୃଦ୍ଧିକୁ ମଞ୍ଜୁରୀ ଦେଲେ ସରକାର, ଏଣିକି ଏତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ମିଳିଛି। ସରକାର ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri