Categories: ଜାତୀୟ

କଂଗ୍ରେସ ମୁଖ୍ୟାଳୟରୁ ରାହୁଲଙ୍କ ପୋଷ୍ଟର ଉଭାନ

ନୂଆଦିଲ୍ଲୀ,୧୪।୮: ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ହଠାତ୍‌ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏବେ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପୋଷ୍ଟର ଲଗାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ନିଜକୁ ଦାୟୀ କରି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନୂଆ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ବହୁ ତର୍କବିତର୍କ ଚାଲିଥିଲା। ତେବେ ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସୋନିଆ ଗାନ୍ଧୀଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଏହାପରେ ବୁଧବାର କଂଗ୍ରେସ ମୁଖ୍ୟାଳୟରୁ ରାହୁଲଙ୍କ ପୋଷ୍ଟର ଓ ନେମ୍‌ପ୍ଲେଟ ହଟାଇ ସୋନିଆ ଗାନ୍ଧୀଙ୍କ ପୋଷ୍ଟର ଲଗାଯାଇଛି।

Share