Categories: ରାଜ୍ୟ

କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କଂଗ୍ରେସ ଭବନରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ନୂତନ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ସ୍ମୃତିଙ୍କୁ ବିରୋଧକରି ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର ଫାଟକରେ ତାଲା ପକାଇ ଦେଇଥିଲେ। ହେଲେ ସ୍ମୃତିଙ୍କ ସମର୍ଥକମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥିଲେ। ଖବର ପାଇ ପୋଲିସ ସ୍ଥିତି ନିୟନ୍ତ୍ରଣାଧୀନ କରିଛି। ଏଥିସହ ଜଣଙଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।