କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜା କମିଟି ନେଇ ବଢ଼ିପାରେ ଅସନ୍ତୋଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟୟର ମୁଖ୍ୟ କାରଣ କ’ଣ ସେନେଇ ଆରମ୍ଭ ହେବ ତର୍ଜମା। ଏଥିପାଇଁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ପକ୍ଷରୁ ଏକ ୨୧ଜଣିଆ କମିଟି ଗଠନ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ହେଲେ ଏହି କମିଟିରେ ଥିବା ନେତାଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନେତା ଏ ସମ୍ପର୍କରେ ଜାଣି ନ ଥିବା ମତ ରଖିଛନ୍ତି। ସେହିପରି କମିଟିରେ ଥିବା ନେତାମାନଙ୍କ ମଧ୍ୟରେ ବର୍ତ୍ତମାନଠାରୁ ମତଭେଦ ଆରମ୍ଭ ହୋଇଯାଇଛି। ଏକଥା ଆସନ୍ତା ୩୦ରେ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଉଠାଇବେ ବୋଲି କେତେଜଣ ନେତା କହିବା ଆରମ୍ଭ କଲେଣି। ପିସିସି ସଭାପତି ଏବଂ ଦଳୀୟ କାର୍ଯ୍ୟାଳୟରୁ ଆସିଥିବା କମିଟିର ତାଲିକା ଅନୁଯାୟୀ ବରିଷ୍ଠ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ, ମହମ୍ମଦ ମୋକିମଙ୍କ ନାମ ରହିଛି। ହେଲେ ଏମାନଙ୍କ ମଧ୍ୟରୁ ୨ ଜଣ ନେତା ଏଭଳି କିଛି ଚିଠି ପାଇ ନ ଥିବା ମତ ରଖିଛନ୍ତି। ନରସିଂହ ମିଶ୍ର ଏବଂ ତାରା ବାହିନୀପତି ଚଳିତ ନିର୍ବାଚନରେ ଦଳର ବିପର୍ଯ୍ୟୟ କାରଣ ଖୋଜିବା ପାଇଁ ସେମାନଙ୍କ ନିକଟରେ କୌଣସି ଚିଠି ପହଞ୍ଚି ନ ଥିବା କହିଛନ୍ତି। ଏହାସହ ପ୍ରଦୀପ ମାଝୀ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ମଧ୍ୟ କମିଟିରେ ରଖାଯିବା ନେଇ ଆଉ କିଛି ନେତା ଆପତ୍ତି ଉଠାଇବା ଆରମ୍ଭ କରିଛନ୍ତି। ଆସନ୍ତା ଗୁରୁବାର କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ କହିବାକୁ କେତେଜଣ ନେତା କହିଛନ୍ତି।
ଅପରପକ୍ଷରେ ଗୋଟିଏ ପରିବାରରୁ ୨ଟି ଲେଖାଏ ଟିକେଟ ଦିଆଯିବା ପ୍ରସଙ୍ଗରେ ତାରା ବାହିନୀପତି ମୁହଁ ଖୋଲିଛନ୍ତି। ତାରା କହିଛନ୍ତି, କଂଗ୍ରେସର ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଫର୍ମୁଲା ଯେହେତୁ ପାଳନ କରାଗଲା ନାହିଁ ସେଥିପାଇଁ ଉଭୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଖରାପ ଫଳ ଆସିଲା। କଂଗ୍ରେସର ମାନବସମ୍ବଳ ଏବଂ ଅର୍ଥ ବଳ କମ୍‌ରେ ନିର୍ବାଚନ ଲଢିଲା। ଏହାସହ ଦଳ ପୂରା ଏକତ୍ରିତ ହୋଇ କାମ କଲାନାହିଁ। ଯୋଉଁଥିଲାଗି ଦଳର ବହୁତ କ୍ଷତି ହେଲା। ବିଜେଡି ବହୁ କଂଗ୍ରେସ ନେତାଙ୍କୁ ନିଜ ଦଳରେ ସାମିଲ କରିବା ଦ୍ୱାରା ମଧ୍ୟ ବହୁତ କ୍ଷତି ହେଲା। ନବ ଦାସଙ୍କ ଭଳି ବହୁ ନେତା ଦଳ ଛାଡ଼ିବା ଯୋଗୁ ମଧ୍ୟ କ୍ଷତି ହେଲା। ଭାଜପା ଏଥର ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ। ହେଲେ କଂଗ୍ରେସ ମୁଖ୍ୟ ଭୂମିକା ତୁଲାଇବ। ଦଳର ୯ ବିଧାୟକ ବିଜେଡି ଉପରେ ଭାରି ପଡିବୁ ବୋଲି ତାରା କହିଛନ୍ତି।
ଅପରପକ୍ଷରେ କେତେଜଣ ବରିଷ୍ଠ ନେତା ଆସନ୍ତା ଗୁରୁବାର ପିସିସି ସଭାପତିଙ୍କୁ ଘେରିବାକୁ ଯୋଜନା ରଖିଛନ୍ତି। ଏହା ଭିତରେ ନିରଞ୍ଜନ ଗଠନ କରିଥିବା ୨୧ ଜଣିଆ କମିଟିକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ଚଳିତ ନିର୍ବାଚନରେ ସଙ୍ଗଠନ ଦାୟିତ୍ୱ ପାଇଥିବା କେତେଜଣ ନେତା କମିଟିରେ ରହିବା ନେଇ ଅନେକ ନେତା ପ୍ରଶ୍ନ ଉଠାଇଛନ୍ତି। ଗୁରୁବାର ହେବାକୁ ଥିବା ବୈଠକରେ ପ୍ରଥମେ ସେହି ବିଷୟରେ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ନିର୍ମାଣ ହେବ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରି…

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ଚାଞ୍ଚଡ଼ାପଲ୍ଲୀ ଛକରେ ଶ୍ରୀଜଗନ୍ନାଥଙ୍କ ନୂଆ ମନ୍ଦିର ନିର୍ମାଣ ନିମନ୍ତେ ଚୈତ୍ର କୃଷ୍ଣପକ୍ଷ ଦ୍ୱିତୀୟା ଗୁରୁବାର ମଧ୍ୟାହ୍ନରେ ଭିତ୍ତିପ୍ରସ୍ତର…

ଆସିକା ଏମ୍‌ପିଙ୍କ ଦ୍ବାରା ସ୍ବାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ, ଏହି ଅବସରରେ ଅଞ୍ଚଳର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଦିଆଗଲା…

ପୁରୁଷୋତ୍ତମପୁର,୫।୨ (ସବିତା ମିଶ୍ର) : ଯେଉଁ ମହାପୁରୁଷଙ୍କ ଲାଗି ଆଜି ଆାମେ ବ୍ରିଟିଶ କବଳରୁ ମୁକ୍ତହୋଇ ସ୍ବାଧିନ ଭାରତୀୟ ବୋଲି ଗର୍ବ କରୁଛେ ସେଭଳି ମହାନ ପୁରୁଷ…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ମୋଦି, ଜାଣନ୍ତୁ କ’ଣ କହିଲେ..

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଶୀଘ୍ର ଶେଷ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି…

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି ।…

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

ନୀତୀଶଙ୍କ ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏହି ୫ ନାମ, ଜାଣନ୍ତୁ ସେମାନେ କିଏ…

ବିହାର,୫।୩: ହୋଲି ଅବସରରେ ବିହାର ରାଜନୀତି ଜୋର ଧରିଛି। ହୋଲିରେ ହିଁ ବିହାରରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଛି। ପ୍ରାରମ୍ଭରେ ଏହା ବିଶ୍ୱାସଯୋଗ୍ୟ ନଥିଲା,…

ଦିନଦ୍ୱିପ୍ରହରରେ ଭଞ୍ଜନଗର କୋର୍ଟ ଆଗରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ଖେଳିଗଲା ଆତଙ୍କ

ଭଞ୍ଜନଗର,୫।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଦିନଦ୍ୱିପ୍ରହରରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ବୁଦୁଲୀର ଅଶୋକ ସାଇଁ…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri