କଂଗ୍ରେସ ବିପର୍ଯ୍ୟୟର କାରଣ ଖୋଜା କମିଟି ନେଇ ବଢ଼ିପାରେ ଅସନ୍ତୋଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ବିପର୍ଯ୍ୟୟର ମୁଖ୍ୟ କାରଣ କ’ଣ ସେନେଇ ଆରମ୍ଭ ହେବ ତର୍ଜମା। ଏଥିପାଇଁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ପକ୍ଷରୁ ଏକ ୨୧ଜଣିଆ କମିଟି ଗଠନ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ହେଲେ ଏହି କମିଟିରେ ଥିବା ନେତାଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନେତା ଏ ସମ୍ପର୍କରେ ଜାଣି ନ ଥିବା ମତ ରଖିଛନ୍ତି। ସେହିପରି କମିଟିରେ ଥିବା ନେତାମାନଙ୍କ ମଧ୍ୟରେ ବର୍ତ୍ତମାନଠାରୁ ମତଭେଦ ଆରମ୍ଭ ହୋଇଯାଇଛି। ଏକଥା ଆସନ୍ତା ୩୦ରେ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଉଠାଇବେ ବୋଲି କେତେଜଣ ନେତା କହିବା ଆରମ୍ଭ କଲେଣି। ପିସିସି ସଭାପତି ଏବଂ ଦଳୀୟ କାର୍ଯ୍ୟାଳୟରୁ ଆସିଥିବା କମିଟିର ତାଲିକା ଅନୁଯାୟୀ ବରିଷ୍ଠ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ପ୍ରଦୀପ ମାଝୀ, ଚିରଞ୍ଜୀବ ବିଶ୍ୱାଳ, ମହମ୍ମଦ ମୋକିମଙ୍କ ନାମ ରହିଛି। ହେଲେ ଏମାନଙ୍କ ମଧ୍ୟରୁ ୨ ଜଣ ନେତା ଏଭଳି କିଛି ଚିଠି ପାଇ ନ ଥିବା ମତ ରଖିଛନ୍ତି। ନରସିଂହ ମିଶ୍ର ଏବଂ ତାରା ବାହିନୀପତି ଚଳିତ ନିର୍ବାଚନରେ ଦଳର ବିପର୍ଯ୍ୟୟ କାରଣ ଖୋଜିବା ପାଇଁ ସେମାନଙ୍କ ନିକଟରେ କୌଣସି ଚିଠି ପହଞ୍ଚି ନ ଥିବା କହିଛନ୍ତି। ଏହାସହ ପ୍ରଦୀପ ମାଝୀ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ମଧ୍ୟ କମିଟିରେ ରଖାଯିବା ନେଇ ଆଉ କିଛି ନେତା ଆପତ୍ତି ଉଠାଇବା ଆରମ୍ଭ କରିଛନ୍ତି। ଆସନ୍ତା ଗୁରୁବାର କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ କହିବାକୁ କେତେଜଣ ନେତା କହିଛନ୍ତି।
ଅପରପକ୍ଷରେ ଗୋଟିଏ ପରିବାରରୁ ୨ଟି ଲେଖାଏ ଟିକେଟ ଦିଆଯିବା ପ୍ରସଙ୍ଗରେ ତାରା ବାହିନୀପତି ମୁହଁ ଖୋଲିଛନ୍ତି। ତାରା କହିଛନ୍ତି, କଂଗ୍ରେସର ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଫର୍ମୁଲା ଯେହେତୁ ପାଳନ କରାଗଲା ନାହିଁ ସେଥିପାଇଁ ଉଭୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଖରାପ ଫଳ ଆସିଲା। କଂଗ୍ରେସର ମାନବସମ୍ବଳ ଏବଂ ଅର୍ଥ ବଳ କମ୍‌ରେ ନିର୍ବାଚନ ଲଢିଲା। ଏହାସହ ଦଳ ପୂରା ଏକତ୍ରିତ ହୋଇ କାମ କଲାନାହିଁ। ଯୋଉଁଥିଲାଗି ଦଳର ବହୁତ କ୍ଷତି ହେଲା। ବିଜେଡି ବହୁ କଂଗ୍ରେସ ନେତାଙ୍କୁ ନିଜ ଦଳରେ ସାମିଲ କରିବା ଦ୍ୱାରା ମଧ୍ୟ ବହୁତ କ୍ଷତି ହେଲା। ନବ ଦାସଙ୍କ ଭଳି ବହୁ ନେତା ଦଳ ଛାଡ଼ିବା ଯୋଗୁ ମଧ୍ୟ କ୍ଷତି ହେଲା। ଭାଜପା ଏଥର ୨୩ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ। ହେଲେ କଂଗ୍ରେସ ମୁଖ୍ୟ ଭୂମିକା ତୁଲାଇବ। ଦଳର ୯ ବିଧାୟକ ବିଜେଡି ଉପରେ ଭାରି ପଡିବୁ ବୋଲି ତାରା କହିଛନ୍ତି।
ଅପରପକ୍ଷରେ କେତେଜଣ ବରିଷ୍ଠ ନେତା ଆସନ୍ତା ଗୁରୁବାର ପିସିସି ସଭାପତିଙ୍କୁ ଘେରିବାକୁ ଯୋଜନା ରଖିଛନ୍ତି। ଏହା ଭିତରେ ନିରଞ୍ଜନ ଗଠନ କରିଥିବା ୨୧ ଜଣିଆ କମିଟିକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ଚଳିତ ନିର୍ବାଚନରେ ସଙ୍ଗଠନ ଦାୟିତ୍ୱ ପାଇଥିବା କେତେଜଣ ନେତା କମିଟିରେ ରହିବା ନେଇ ଅନେକ ନେତା ପ୍ରଶ୍ନ ଉଠାଇଛନ୍ତି। ଗୁରୁବାର ହେବାକୁ ଥିବା ବୈଠକରେ ପ୍ରଥମେ ସେହି ବିଷୟରେ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri