Categories: ଜାତୀୟ

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ କାମ କରୁଥିବା ଭେଙ୍କଟେସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଭେଙ୍ଗଟେସଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଗୋଟିଏ ପଟେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନର ମତଦାନ ଚାଲିଥିବା ବେଳେ ଅନ୍ୟପଟେ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ ରାଜନୀତି ପାଣିପାଗକୁ ଉଷ୍ମ କରିଦେଇଛି।

Share