Categories: ଜାତୀୟ

କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ: ୟୁପି ସରକାରକୁ ଦୋଷଦେଲେ ପ୍ରିୟଙ୍କା

ରାଏ ବରେଲି,୧୬ା୫ : ୟୁପିର ରାଏବରେଲି ବିଧାୟକ ଅଦିତି ସିଂଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସେ ପ୍ରକାଶ କରିଛନ୍ତି। ଆକ୍ରମଣବେଳେ ଠେଙ୍ଗା, ଇଟା ଓ ଧାରୁଆ ଅସ୍ତ୍ରମାନ ବ୍ୟବହାର କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଭାଜପା ଶାସିତ ରାଜ୍ୟରେ ହିଂସାକାଣ୍ଡ କରାଯାଇ ଆତଙ୍କରାଜ ଚାଲିଛି ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରିୟଙ୍କା କହିଛନ୍ତି। ଲକ୍ଷ୍ନୌରେ ରାଜ୍ୟପାଳ ଓ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିଛୁ ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି।

Share