କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଶାହାଙ୍କ କୁଶପୁତ୍ତଳିକା ଦାହ

ରାୟଗଡ଼ା ଅଫିସ,୨୮।୨: ଜିଲା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରାୟଗଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀଙ୍କୁ କଟାକ୍ଷ କରାଯିବା ସହ ଦିଲ୍ଲୀ ହିଂସାକାଣ୍ଡ ଏବଂ ଦଙ୍ଗା ପାଇଁ ଅମିତ୍‌ ଶାହାଙ୍କୁ ଦାୟୀ କରାଯାଇଛି। ଏନେଇ ଜିଲା କଂଗ୍ରେସ କମିଟିର ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।