କଂଗ୍ରେସ ନେତା ହନୁମନ୍ଥ ରାଓ କରୋନା ସଂକ୍ରମିତ

ହାଇଦ୍ରାବାଦ,୨୧।୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭି ଅନୁମନ୍ଥା ରାଓ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଟେଲିଫୋନ ଯୋଗେ ଗଣମାଧ୍ୟମକୁ ସେ ନିଜେ ଏହି ଖବର ଦେଇଛନ୍ତି। ୭୨ ବର୍ଷୀୟ ନେତା ରାଓ କହିଛନ୍ତି କିଛିଦିନ ତଳେ ଅର୍ଥାତ୍‌ ତାଙ୍କ ଜନ୍ମଦିନରେ ସେ ପରିମଳ କର୍ମଚାରୀଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏହାପରେ ତାଙ୍କୁ ଜ୍ୱର ଆସିବା ସହ ଶନିବାର ତାଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା। ଏବେ ଏହି ରିପୋର୍ଟ ପଜିଟିଭ ଆସିଛି। ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ରବିବାର ସୁଦ୍ଧା ୭,୦୭୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ୩,୩୬୩ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ୩,୫୦୬ ଜଣ ସୁସ୍ଥ ହୋଇଥିବା ବେଳେ ୨୦୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Share