Categories: ଜାତୀୟ

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ

ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କର ଶେଷକୃତ୍ୟ ମୋରିନା ଜିଲାରେ ଥିବା ତାଙ୍କ ଗାଁରେ କରାଯିବ ବୋଲି ଜଣାପଡିଛି। ଗତବର୍ଷ ସେ ବହୁଜନ ସମାଜ ପାର୍ଟି ନେତାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶର୍ମାଙ୍କ ବିୟୋଗରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୋକ ପ୍ରକାଶ କରିଛନ୍ତି।

Share