କଂଗ୍ରେସ ନୀରବ: ଫାଇଦା ଆଶାରେ ବିଜେଡି, ଭାଜପା

ବରଗଡ଼ ଅଫିସ୍‌,୧୭।୧୧:ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଗଡ଼ ଥିଲା। ହେଲେ ବର୍ତ୍ତମାନ ଉକ୍ତ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ କ୍ଷତି ସହିବାକୁ ପଡ଼ୁଛି। ବିଗତ କିଛି ସାଧାରଣ ନିର୍ବାଚନକୁ ଅନୁଧ୍ୟାନ କଲେ ତାହା ସ୍ପଷ୍ଟ ହୋଇଛି। ତେବେ ଚଳିତ ଉପନିର୍ବାଚନରେ ଦଳର ନୀରବତା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ଉପନିର୍ବାଚନକୁ ଗୁରୁତ୍ୱ ଦେଇ ଅନ୍ୟ ଦଳ ନାମାଙ୍କନ ଦାଖଲ ପୂର୍ବରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନୀରବ ରହିଛି। କଂଗ୍ରେସର ଏଭଳି ନୀରବ ରହିଲେ ବିଜେଡି, ଭାଜପା ଏହାର ଫାଇଦା ଉଠାଇବେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ମାତ୍ର ନାମାଙ୍କନପତ୍ର ଦାଖଲ ପରେ ଲଢ଼େଇ ହେବ ଏବଂ କଂଗ୍ରେସ ହିଁ ଏଥର ବିଜୟୀ ହେବ ବୋଲି ଦଳୀୟ ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପଦ୍ମପୁର ନିର୍ବାଚନ ମଣ୍ଡଳୀର ଡା. କୃପାସିନ୍ଧୁ ଭୋଇ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଡା. ଭୋଇଙ୍କ ପୁଅ ସଞ୍ଜୟ ବରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ ମଧ୍ୟ ଏକାଧିକ ଥର ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ୨୦୦୯ ସାଧାରଣ ନିର୍ବାଚନରେ ବିଫଳତା ପରେ ୨୦୧୪ ନିର୍ବାଚନରେ ତାଙ୍କ ବଦଳରେ ପ୍ରକାଶ ନାରାୟଣ ତ୍ରିପାଠୀଙ୍କୁ ଦଳୀୟ ଟିକେଟ୍‌ ମିଳିଥିଲା। ମାତ୍ର ତାହା ବି ଦଳ ପାଇଁ ବୁମେରାଂ ହୋଇଥିଲା ଏବଂ ୨୦୧୯ ସାଧାରଣ ନିର୍ବାଚନ ସହିତ ଚଳିତ ଉପନିର୍ବାଚନରେ ଦଳ ସତ୍ୟଭୂଷଣଙ୍କୁ ବିଶ୍ୱାସକୁ ନେଇ ନିର୍ବାଚନ ମଇଦାନକୁ ଛାଡ଼ିଛି।
କିନ୍ତୁ ନିର୍ବାଚନୀ ମଇଦାନରେ ଏପର୍ଯ୍ୟନ୍ତ କଂଗ୍ରେସ ଅନ୍ୟ ଦୁଇ ପ୍ରମୁଖ ଦଳ ଭାଜପା, ବିଜେଡି ଭଳି ତତ୍ପର ହୋଇ ନ ଥିବା ପରିଲକ୍ଷିତ ହୋଇଛି। ନାମାଙ୍କନ ଦାଖଲ କରି ନ ଥିଲେ ସୁଦ୍ଧା ଭାଜପା ଏବଂ ବିଜେଡି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଦଳର ନିର୍ବାଚନୀ ପ୍ରଚାର ମାହୋଲ ସୃଷ୍ଟି କରିଲେଣି। ଉଭୟ ଦଳର ନେତା, ମନ୍ତ୍ରୀ ନିର୍ବାଚନ ମଣ୍ଡଳୀକୁ ଆସି ଡେରା ପକାଇଛନ୍ତି। କିନ୍ତୁ କଂଗ୍ରେସ କ୍ଷେତ୍ରରେ ତାହା ହୋଇ ନ ଥିବା କେତେକ ଦଳୀୟ ନେତୃବୃନ୍ଦ ସ୍ବୀକାର କରିଛନ୍ତି। ଫସଲବୀମା, ଇନପୁଟ୍‌ ସବସିଡ଼ି, ଜିଲା ଗଠନ ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଉଭୟ ବିଜେଡି-ଭାଜପା ପରସ୍ପର ଦୋଷ ଲଦାଲଦି କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କଂଗ୍ରେସ ନୀରବ ରହିଛି।
ଏ ସମ୍ପର୍କରେ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ କହିଛନ୍ତି, ଉପନିର୍ବାଚନରେ ଦଳ ନୀରବ ରହିନାହିଁ। ଦଳ ତାର ରଣନୀତି ପ୍ରସ୍ତୁତ କରିସାରିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କହିଛନ୍ତି, ଅନ୍ୟଦଳ ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମାତ୍ର ଆମ ଦଳର ନୀତି ଆଦର୍ଶରେ ତାହା ନାହିଁ। ଗୁରୁବାର ନାମାଙ୍କନ ଦାଖଲ କରିବି ଏବଂ ଏହାପରେ ଲଢ଼େଇ ଚାଲିବ ବୋଲି ସେ କହିଥିଲେ। ଭାଜପା ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ଭାଜପା ପ୍ରତି ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ଭାଜପା ପ୍ରାର୍ଥୀଙ୍କୁ ହିଁ ଜିତାଇବେ। ସେହିପରି ବିଜେଡି ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସବୁ ଭୋଟ୍‌ ପାଇବାକୁ ଆଶାବାଦୀ ଅଛି।

ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri