Categories: ଜାତୀୟ

କଂଗ୍ରେସ ଜାରି କଲା ଘୋଷଣା ପତ୍ର: ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା

ନୂଆଦିଲ୍ଲୀ,୨।୨: ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଏହାର ଘୋଷଣା ପତ୍ର ଜାରି କରାଯାଇଛି। ସମସ୍ତଙ୍କୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇବା ପାଇଁ କଂଗ୍ରେସ ଏହାର ଘୋଷଣା ପତ୍ରରେ ସୂଚନା ଦେଇଛି। ସେହିପରି ବେକାର ଯୁବବର୍ଗଙ୍କୁ ମାସିକ ବେରୋଜଗାରୀ ଭତ୍ତା ଦେବାକୁ ମଧ୍ୟ ଘୋଷଣା ପତ୍ରରେ ଦର୍ଶାଯାଇଛି। ଗ୍ରାଜୁଏଟ୍‌ଙ୍କୁ ମାସିକ ୫ ୦୦୦ ଟଙ୍କା ଏବଂ ପୋଷ୍ଟ ଗ୍ରାଜୁଏଟ୍‌ ବେକାର ଯୁବବର୍ଗଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା ପତ୍ରରେ କୁହାଯାଇଛି। ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଏବଂ ଦଳୀୟ ସଦସ୍ୟ ଆନନ୍ଦ ଶର୍ମା ଓ ଅଜୟ ମାକେନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Share