Categories: ଜାତୀୟ

କଂଗ୍ରେସ କ୍ଷମତାକୁ ଆସିଲେ ରିହାତିରେ ମିଳିବ ବିଦ୍ୟୁତ: ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୬।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେଠାରୁ ପ୍ରାୟ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଯୋଜନା ପ୍ରସ୍ତୁତ କଲେଣି। ଏବେ ସାରା ଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନୈରାଶ୍ୟଜନକ ପ୍ରଦର୍ଶନ ସହ କଂଗ୍ରେସ ଦୁଇପାଦ ଆଗକୁ ଯାଇଥିବା ଲକ୍ଷ୍ୟ କରାଯାଇଛି। ଏହାକୁ ଦେଖି ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ ସୁଭାଷ ଚୋପ୍ରା କହିଛନ୍ତି, ଏଥର ଯଦି ଦିଲ୍ଲୀରେ କଂଗ୍ରେସ ଶାସନ କ୍ଷମତାକୁ ଆସେ ତେବେ ୬ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ରିହାତିରେ ମିଳିବ। ନିର୍ବାଚନ ଥିବାରୁ ସେ ଏମିତି ଘୋଷଣା କରି ନାହାନ୍ତି ବୋଲି କହିଛନ୍ତି। ଏହା ସାଧାରଣ ଜନତାଙ୍କ ଟଙ୍କା ଯାହାର ଲାଭ ତାଙ୍କ ନିକଟକୁ ଯିବ ବୋଲି ସେ ତାଙ୍କର ମତ ରଖିଛନ୍ତି। ଅନ୍ୟପଟେ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀବାସୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେଇଥିବାରୁ ଆଗାମୀ ନିର୍ବାଚନରେ ସେ ପୁଣିଥରେ ଶାସନ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି।

Share