Categories: ଜାତୀୟ

କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଲାଗିଲା ‘ରାଫାଲ’ର ଏକ ନମୁନା

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୧୯ରେ କଂଗ୍ରେସ ‘ରାଫାଲ’କୁ ଏକ ବଡ ମୁଦ୍ଦା ଭାବେ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲା। ଏମିତିକି ଦଳ ସୁପ୍ରିମୋ ଏହାକୁ ନେଇ କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଏହାସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ‘ରାଫାଲ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ଏବେ ଦିଲ୍ଲୀର ୨୪ ଆକବର ରୋଡ ନିକଟ ବାୟୁସେନା ମୁଖ୍ୟ ବିଏସ୍‌ ଧନଓ୍ବାଙ୍କ ଘର ବାହାରେ ‘ରାଫାଲ’ ବିମାନର ଏକ ପ୍ରତିମୂର୍ତ୍ତି ଲଗାଯାଇଛି। ଏହା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ହୋଇଥିବାରୁ ଏବେ ‘ରାଫାଲ’ର ଏହି ମଡେଲ ଦିଲ୍ଲୀବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବରରେ ରାଫାଲ ଭାରତ ଆସିବାର ଯୋଜନା ରହିଛି।

Share