Categories: ଜାତୀୟ

କଂଗ୍ରେସ ଉପରେ ବର୍ଷିଲେ ମୋଦି

ପାଟନା,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପାଲିଗଞ୍ଜଠାରେ ବୁଧବାର ଏକ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଏବଂ ଅନ୍ୟ ବିରୋଧ ଦଳଙ୍କ ଉପରେ ବର୍ଷିଛନ୍ତି। ଦେଶରେ ଦୁର୍ନୀତି ଏଭଳି ଦଳ ସଦସ୍ୟଙ୍କ ପାଇଁ ବଢ଼ିଥିବା ମୋଦି ଅଭିଯୋଗ କରିଛନ୍ତି। ଏସବୁ ଦଳର ସଦସ୍ୟ ଦେଶର ସ୍ବାର୍ଥ ଅପେକ୍ଷା ନିଜସ୍ବ ବ୍ୟକ୍ତିଗତ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ମୋଦି କହିଛନ୍ତି। ଏହା ସହିତ ସେ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଲାଲୁଙ୍କ ପାଖରେ କୋଟି କୋଟି ଟଙ୍କା ସମ୍ପତ୍ତି କେଉଁଠୁ ଆସିଲା ବୋଲି ମୋଦି ଏହି ନିର୍ବାଚନୀ ସଭାରେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ମେ ୧୯ରେ ମତଦାନ କରାଯିବ।

Share