Categories: ଜାତୀୟ

କଂଗ୍ରେସ ଉପରେ ବର୍ଷିଲେ ମୋଦି

ହରିୟାଣା,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହରିୟାଣାରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସଫଳତାର କାହାଣୀ କହିଛନ୍ତି। ଏହାସହ ବିରୋଧୀ କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ନେଇ ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ମୋଦି ହରିୟାଣାର କଂଗ୍ରେସ ନେତାଙ୍କୁ କହିଛନ୍ତି ଜମ୍ମୁ-କଶ୍ମୀରରେ ସାଧାରଣ ଜନତାକୁ ସୁରକ୍ଷା ଦେଉଥିବା ବୀର ଯବାନମାନେ କାହିଁକି ଆତଙ୍କବାଦୀଙ୍କ ଶିକାର ହେଉଥିଲେ ଏହାର ଉତ୍ତର ଦିଅନ୍ତୁ। ସେହି ବୀର ସନ୍ତାନର ଜନନୀମାନଙ୍କୁ ଉତ୍ତର ଦିଅନ୍ତୁ ୩୭୦ସେମାନଙ୍କୁ ଏତେ ପ୍ରିୟ କାହିଁକି।

Share