Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ: ଆଗରେ ମୁକୁଲ

ନୂଆଦିଲ୍ଲୀ,୯।୮: ଆଉ ଗୋଟିଏ ଦିନ ପରେ କଂଗ୍ରେସ ଦଳକୁ ଅଧ୍ୟକ୍ଷ ମିଳିଯିବ ବୋଲି କୁହାଯାଉଛି। ଶୁକ୍ରବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଏକେ ବୈଠକରୁ ଯାହା ଅନୁମାନ କରାଯାଉଛି ଶନିବାର ସୁଦ୍ଧା କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ମିଳିଯାଇ ପାରନ୍ତି। ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ମୁକୁଲ ଓ୍ବାସନିକ ଏହି ଦୌଡରେ ଆଗରେ ଥିବା ଆଲୋଚନା ହେଉଛି। ୫୯ ବର୍ଷୀୟ ମୁକୁଲ ପୁର୍ବରୁ ମନ୍ତ୍ରୀପଦ ସମ୍ଭାଳି ଥିବା ବେଳେ ରାଜନୀତିରେ ତାଙ୍କର ଖୁବ୍‌ ଅଭିଜ୍ଞତା ରହିଛି। ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳି ନେବେ ବୋଲି କୁହାଯାଉଛି। ଯଦି ଏଥର ମୁକୁଲ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତେବେ ପ୍ରଥମ ଥର ଲାଗି ଗାନ୍ଧୀ ପରିବାର ବାହାରୁ ଜଣେ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି। ଏବେ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ ସୋନିଆ, ରାହୁଲ ଓ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଥାଇ ମଧ୍ୟ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ହେଉ ନାହାଁନ୍ତି। କୁହାଯାଉଛି ଗତ ଲୋକ ସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏବେ ଏମାନେ ଏହି ଗୁରୁ ଦାୟିତ୍ୱରୁ ଦୂରେଇ ରହିବାକୁ ଚାହୁଁଛନ୍ତି।

Share