Categories: ଜାତୀୟ

କଂଗ୍ରେସର ୫୧ ଏମ୍‌ପିଙ୍କ କଥା ମାନିଲେନି ରାହୁଲ: ଅଧ୍ୟକ୍ଷ ହେବାକୁ କଲେ ମନା

ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ୫୨ ଏମ୍‌ପିଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାହୁଲ ଅଧ୍ୟକ୍ଷ ପଦରେ ରହିବେ ନାହିଁ ବୋଲି ମନା କରିଛନ୍ତି। ଏମ୍‌ପିମାନଙ୍କ କୌଣସି କଥା ସେ ଶୁଣି ନାହାଁନ୍ତି। ଶଶି ଥରୁର୍‌ ଏବଂ ମନୀଷ ତିଓ୍ବାରୀ କଂଗ୍ରେସର ଏହି ବିଫଳତା ସାମୁହିକ। ଏଥିପାଇଁ ବ୍ୟକ୍ତିଗତ ଭାବେ ନିଜକୁ ଦୋଷୀ ଭାବିବା ଠିକ ନୁହେଁ ବୋଲି ସେମାନେ କହିଥିଲେ। ତାଙ୍କ ପରିବର୍ତ୍ତେ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ପ୍ରସ୍ତାବ ଦେବାକୁ ରାହୁଲ ମନା କରିଛନ୍ତି। ଅନ୍ୟ କୌଣସି ସଦସ୍ୟଙ୍କୁ ଏହି ଦାୟିତ୍ୱ ଦେବା ଉପରେ ରାହୁଲ ଜୋର୍‌ ଦେଇଛନ୍ତି।

Share