କଂଗ୍ରେସର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା: ଯୋଗଦେଲେ ରାଜ୍ୟ ପ୍ରଭାରୀ

ବାଲେଶ୍ୱର ଅଫିସ, ୨୦।୨-ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ବୁଧବାର ଦିନିକିଆ ବାଲେଶ୍ୱର ଜିଲା ଗସ୍ତରେ ଆସି ଦକ୍ଷତା ବୃଦ୍ଧି ସମ୍ପର୍କରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ପ୍ରଦେଶ ସହପ୍ରଭାରୀ ଭି. ରୁଦ୍ରରାଜୁ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏବଂ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲେଶ୍ୱର ସଦର, ନୀଳଗିରି, ଖଇରା, ସିମୁଳିଆ, ବାହାନଗା, ରେମୁଣାର ବ୍ଲକସ୍ତରୀୟ ନେତା, କର୍ମୀ, କର୍ମକର୍ତ୍ତା, ପୂର୍ବତନ ବିଧାୟକ ଏବଂ ପ୍ରାର୍ଥୀମାନଙ୍କ ସହ ବ୍ଲକୱାରୀ ପୃଥକ ଭାବେ ଆଲୋଚନା କରିଥିଲେ। ସଙ୍ଗଠନକୁ କିଭଳି ତୃଣମୂଳସ୍ତରରେ ଅଧିକ ମଜବୁତ୍‌ କରାଯାଇପାରିବ ସେ ସମ୍ପର୍କରେ ପ୍ରଭାରୀ ସିଂ ମତାମତ ଲୋଡ଼ିଥିଲେ। ଜିଲା କଂଗ୍ରେସ କମିଟି ନୂତନ ସଭାପତି ଓ କର୍ମକର୍ତ୍ତା ଚୟନ ସମ୍ପର୍କରେ ମଧ୍ୟ କର୍ମୀମାନଙ୍କଠାରୁ ମତାମତ ଲୋଡ଼ିଥିଲେ। ଖୁବଶୀଘ୍ର ଜିଲାସଭାପତି ଚୟନ କରାଯିବ ବୋଲି ପ୍ରଭାରୀ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାରେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ, ପିସିସି ସାଧାରଣ ସମ୍ପାଦକ ସଞ୍ଜୀବ ଗିରି, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସର୍ମିଷ୍ଟା ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ଗୋପନାରାୟଣ ଦାସ, ଅକ୍ଷୟ ଆଚାର୍ଯ୍ୟ, ଯୁଧିଷ୍ଠିର ଜେନା, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବିଧାନସଭା ପ୍ରାର୍ଥୀ ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସପଟ୍ଟନାୟକ, ପ୍ରତାପ କୁମାର ସେଠୀ, ପ୍ରମୁଖ ଉପସ୍ଥିତ ମତାମତ ଦେଇଥିଲେ। ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ସାମଲ, ବାସନ୍ତୀ ନାୟକ, ହେମଲତା ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସୁବ୍ରତ ଦାସ, ଜିଲା କଂଗ୍ରେସ କମିଟିର ଉପସଭାପତି ଗୋପୀନାଥ ପାଢ଼ୀ, କୃଷ୍ଣଗୋପାଳ ପଣ୍ଡା, ଛାତ୍ରନେତା ରଞ୍ଜନ ଦାସ, ଗୌତମ ସାହୁ, ଜ୍ଞାନେନ୍ଦ୍ର ମହାନ୍ତି ତଥା ନେତ୍ରୀଙ୍କ ସମେତ ଜିଲା କଂଗ୍ରେସର ସମସ୍ତ ଛାମୁଆ ସଙ୍ଗଠନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ମତାମତ ଦେଇଥିଲେ। ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri