Categories: ଜାତୀୟ

କଂଗ୍ରେସର ନୂଆ ରଣନୀତି: ଅଧିର ରଞ୍ଜନ ଚୌଧୁରୀ ଲୋକ ସଭା ନେତା ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ଦଳ ପକ୍ଷରୁ ଲୋକ ସଭାରେ ନେତା ପାଇଁ ପଶ୍ଚିମବଙ୍ଗର ଅଧିର ରଞ୍ଜନ ଚୌଧୁରୀଙ୍କ ନାମକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଏହି ପଦ ନେବାକୁ ମନା କରିବାରୁ କଂଗ୍ରେସ ବୈଠକରେ ଅଧିରଙ୍କ ନାମ ନେଇ ଚର୍ଚ୍ଚା ହୋଇଥିବା କୁହାଯାଉଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏକ ଦେଶ ଏକ ନିର୍ବାଚନ ଆଲୋଚନା ପାଇଁ କଂଗ୍ରେସ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି। ଅଧିରଙ୍କୁ ଲୋକ ସଭା ନେତା କରି ପଶ୍ଚିମବଙ୍ଗରେ କଂଗ୍ରେସ ନିଜର ପତିଆରା ବୃଦ୍ଧି କରିବା ଯୋଜନା କରୁଥିବା କୁହାଯାଉଛି।

Share