Categories: ଜାତୀୟ

କଂଗ୍ରେସର ଆଉ ୨ ବିଧାୟକ ଦେଲେ ଇସ୍ତଫା

ବେଙ୍ଗାଲୁର,୧୦।୭: କର୍ନାଟକରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ବୁଧବାର କଂଗ୍ରେସର ଆଉ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାୟକ ଏମ୍‌.ଟି.ବି. ନାଗରାଜ ଓ କେ.ସୁଧାକର ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚିଛି। ପୂର୍ବରୁ କଂଗ୍ରେସର ୧୧ ଓ ଜେଡି(ଏସ୍‌)ର ୩ ବିଧାୟକ ଇସ୍ତଫା ଦେଇଥିଲେ। ପୂର୍ବରୁ ଇସ୍ତଫା ଦେଇଥିବା ୧୪ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୮ ଜଣଙ୍କ ଇସ୍ତଫା ପତ୍ର ନାମଞ୍ଜୁର କରିଥିଲେ। ୨ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ ସରକାରଙ୍କ ଚିନ୍ତା ଏବେ ବଢ଼ିଯାଇଛି।

Share