Categories: ଜାତୀୟ

କଂଗ୍ରେସରେ ଚାଲିଛି ମ୍ୟୁଜିକାଲ ଚେୟାର ଖେଳ: ସୋନିଆଙ୍କ ପରେ ରାହୁଲ ଏବେ ପୁଣି ସୋନିଆ; କହିଲେ ସମ୍ବିତ୍‌ ପାତ୍ର

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ଦିଗହରା ହୋଇ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜି ପାଇପାରୁନି ବୋଲି ଭାଜପା ମୁଖପାତ୍ର ସମ୍ବିତ ପାତ୍ର ରବିବାର କହିଛନ୍ତି। ଦଳରେ ଏବେ ମ୍ୟୁଜିକାଲ ଚେୟାର ଖେଳ ଚାଲିଛି। ପୂର୍ବରୁ ଏହି ପଦବୀରେ ସୋନିଆ ଗାନ୍ଧୀ ଥିଲେ। ପରେ ପ୍ରାୟ ୨୦ ମାସ ଧରି ରାହୁଲ ଗାନ୍ଧୀ ଏହି ପଦବୀରେ ରହିଥିଲେ। ତାଙ୍କ ପରେ ଏବେ ପୁଣି ଥରେ ଅଧ୍ୟକ୍ଷ ଚେୟାରରେ ସୋନିଆ ବସିଛନ୍ତି। ଏଭଳି ଖେଳ ଠିକ୍‌ ମ୍ୟୁଜିକାଲ ଚେୟାରରେ ହୋଇଥାଏ ବୋଲି ସେ କଟାକ୍ଷ କରିଛନ୍ତି। ସମ୍ବିତଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share