Categories: ଜାତୀୟ

‘କଂଗ୍ରେସକୁ ଦରକାର ଜଣେ ଅମିତ ଶାହ’

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ ଏବେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। ଏଥର ନିର୍ବାଚନରେ ମାତ୍ର ୫୨ଟି ଆସନରେ ସୀମିତ ରହିବା ପରେ ଦଳର ବହୁ ନେତା ଏବେ କଂଗ୍ରେସ ଛାଡି ଅନ୍ୟ ଦଳରେ ସାମିଲ ହେବାର ଦେଖାଯାଉଛି। ଏହି ସମୟରେ ଗାନ୍ଧୀ ପରିବାର ସହ ଅତ୍ୟନ୍ତ ଘନିଷ୍ଠ ଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନଟବର ସିଂ କହିଛନ୍ତି, କଂଗ୍ରେସକୁ ଏବେ ଅମିତ ଶାହଙ୍କ ଭଳି ମଜବୁତ୍‌ ନେତା ଆବଶ୍ୟକ। କିନ୍ତୁ ଏହା ଏବେ ସମ୍ଭବ ନୁହେଁ। ଭାଜପାର ସାଂଗଠନିକ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। କଂଗ୍ରେସ ଦଳରେ ଥିବା ଗୋଷ୍ଠୀକନ୍ଦଳ ଏବଂ ଅସଫଳତା ପାଇଁ ପାର୍ଟିର ଶୀର୍ଷ ନେତାଙ୍କ ସେ ଦାୟୀ କରିଛନ୍ତି।

Share