Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ଶରଦ ପାଓ୍ବାରଙ୍କ ଫୋନ୍‌ ଉଠାଇଲେ ନାହିଁ ଜଗନ ମୋହନ

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୀତିକ ସମିକରଣକୁ ନେଇ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡି ସବୁ ବିକଳ୍ପ ଖୋଲା ରଖିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ୟୁପିଏ ତରଫରୁ ଜଗନ ମୋହନଙ୍କ ସହ କଥା ହେବାକୁ ଚାହୁଁଥିବା ବେଳେ ସେ କିନ୍ତୁ ଶରଦଙ୍କ ଫୋନ୍‌ ଉଠାଇ ନ ଥିବା ଜଣାପଡିଛି। ଅନୁମାନ କରାଯାଉଛି କି ୨୩ ତାରିଖରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଜଗନମୋହନ କାହାସହ ବୋଧହୁଏ ଠିଆ ହେବାକୁ ଚାହୁଁ ନାହାଁନ୍ତି। ଏକ୍‌ଜିଟ୍‌ ପୋଲ୍‌ ଏହି ଅନୁମାନ ଲଗାଇଛି। ଏକ୍‌ଜିଟ୍‌ ପୋଲ୍‌ର ସୂଚନା ଅନୁଯାୟୀ, ଓ୍ବାଇଏସ୍‌ଆର୍‌ ଟିଡିପିଠାରୁ ଅଧିକ ଆସନ ଲାଭ କରିପାରେ। ତେଣୁ ଯଦି ତ୍ରିଶଂକୁ ସରକାର ଗଠନ କରିବାର ସମୟ ଆସିଲା ତେବେ ଜଗନ ମୋହନଙ୍କ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

Share