Categories: ଜାତୀୟ

କଂଗ୍ରେସକୁ ଝଟ୍‌କା: ଦଳ ଛାଡି ପାରନ୍ତି ସଞ୍ଜୟ ନିରୁପମ

ମୁମ୍ବାଇ,୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟକୁ ନେଇ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣା ଓଟରା। ଏମିତିକି କଂଗ୍ରେସ ନେତା ସଞ୍ଜୟ ନିରୁପମ ଦଳ ଛାଡିବାକୁ ସଙ୍କେତ ଦେଇଛନ୍ତି। ଗୁରୁବାର ସେ ଏକ ଟୁଇଟ୍‌ କରି କହିଛନ୍ତି ଏବେ କଂଗ୍ରେସକୁ ତାଙ୍କର ଆବଶ୍ୟକତା ବୋଧହୁଏ ନାହିଁ। ତେଣୁ ତାଙ୍କୁ ଦଳ ଛାଡିବାକୁ ଆଉ ବେଶୀ ସମୟ ଲାଗି ନ ପାରେ। ସଞ୍ଜୟଙ୍କ ଏହି ଟୁଇଟ୍‌ ପରେ ରାଜନୀତି ହୋଇଛି ସରଗରମ। ଅନୁମାନ କରାଯାଉଛି କି ଏବେ ସଞ୍ଜୟ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି। ହେଲେ ସେ ଏବେ କେଉଁ ଦଳକୁ ଲମ୍ଫ ମାରିବେ ତାଙ୍କୁ ନେଇ ଚାଲିଛି ଆଲୋଚନା।

Share