Categories: ଜାତୀୟ

କଂଗ୍ରେସକୁ ଝଟକା: ରାଜ୍ୟସଭା ଏମ୍‌ପି କେ.ସି ରାମମୂର୍ତ୍ତି ଦେଲେ ଇସ୍ତଫା

ବେଙ୍ଗାଲୁରୁ,୧୬।୧୦: କର୍ନାଟକ କଂଗ୍ରେସର ରାଜ୍ୟସଭା ଏମ୍‌ପି ତଥା ବରିଷ୍ଠ ନେତା କେ.ସି. ରାମମୂର୍ତ୍ତି ରାଜ୍ୟସଭା ସଦସ୍ୟ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କୁ କେସ ଇସ୍ତଫା ପତ୍ର ପଠାଇଥିବା ବେଳେ ଏହାକୁ ସ୍ବୀକାର କରାଯାଇଥିବା ନେଇ ସୂଚନା ମିଳିଛି। ଇସ୍ତଫା ଦେବା ପରେ ରାମମୂର୍ତ୍ତି ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ରାମମୂର୍ତ୍ତିଙ୍କ ଇସ୍ତଫା ପଛର କାରଣ ଏବେ ବି ଅସ୍ପଷ୍ଟ ହୋଇରହିଛି। ଜୁନ ୨୦୧୬ରେ ସେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।

Share