Categories: ଜାତୀୟ

କଂକ୍ରିଟ ମିକ୍ସର ଟ୍ରକ୍‌ରୁ ଉଦ୍ଧାର ହେଲେ ୧୮ ଶ୍ରମିକ

ଇନ୍ଦୋର,୨।୫: କରୋନା ସଂକ୍ରମଣକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ ହୋଇପଡିଛନ୍ତି। ନିକଟରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଏବେବି କେତେଜଣ ଲୁଚିଛପି ଘରମୁହାଁ ହୋଇଥିବା ଦେଖାଯାଇଛି। ଶନିବାର ମଧ୍ୟପ୍ରଦେଶର ଇନ୍ଦୋରରେ କଂକ୍ରିଟ ମିକ୍ସର ଟ୍ରକ୍‌ରେ ଲୁଚିଛପି ଘରକୁ ଆସୁଥିବା ୧୮ଜଣ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଇନ୍ଦୋର ଡିଏସ୍‌ପିଙ୍କ ସୂଚନା ଅନୁଯାୟୀ ଏମାନେ ମହାରାଷ୍ଟ୍ରରୁ ଲକ୍ଷ୍ନୌ ଯାତ୍ରା କରୁଥିଲେ। ତେଣୁ ଏମାନଙ୍କୁ ଅଟକ ରଖାଯିବା ସହ ପୋଲିସ ମାମଲା ରୁଜୁକରି ସମସ୍ତଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି।

Share