ଓଡ଼ିଶା: ଆଜିର ଫଟୋ

୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ କୋହଳ ଯୋଗୁ ରବିବାର ସକାଳେ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କ ଖୋଲିବା ପରେ ଲୋକମାନେ ପ୍ରାତଃଭ୍ରମଣ କରୁଛନ୍ତି।

ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ମାଷ୍ଟରକ୍ୟାଣ୍ଟିନସ୍ଥିତ ଏକ ଗଛ ତଳେ କେତେଜଣ ଲୋକ ଆଶ୍ରୟ ନେଇଛନ୍ତି।

ରଥ ନିର୍ମାଣ ପାଇଁ କମାର ଶାଳରେ କମାରମାନେ ଦଣ୍ଡା କଣ୍ଟା ନିର୍ମାଣ କରୁଛନ୍ତି।

ଭୁବନେଶ୍ୱର ଗୌରୀଶଙ୍କର ପାର୍କ ନିକଟ ମାର୍କେଟରେ ଡ୍ରେସ କିଣିବାବେଳେ ଲୋକେ ସାମାଜିକ ଦୂରତାକୁ ମାନୁ ନାହାନ୍ତି।

ତାମିଲନାଡୁରୁ ଆସିଥିବା ପ୍ରବାସୀ ଶ୍ରମିକମାନେ ସ୍କ୍ରିନିଂ ପାଇଁ ରସୁଲଗଡ଼ସ୍ଥିତ ଆଶ୍ରମ ସ୍କୁଲ ନିକଟରେ ଅପେକ୍ଷା କରିଛନ୍ତି।