ଓଡ଼ିଶା: ଆଜିର ଫଟୋ

କମିଶନରେଟ୍‌ ପୋଲିସ(ସିପି) ଅଫିସରେ ସିପି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଡ୍ରୋନ୍‌ ବ୍ୟବହାରର ଶୁଭାରମ୍ଭ କରିଛନ୍ତି।

ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀମାନେ ଗୁରୁବାର ଭୁବନେଶ୍ୱରର ଜୟଦେବ ବିହାରରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଠିକ୍‌ କରୁଛନ୍ତି ଅଟୋ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମାସ୍କ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି ପୋଲିସ ।

ଆଜିଠାରୁ ରାଜ୍ୟରେ ଆନ୍ତଃରାଜ୍ୟ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଛାଡ଼ିଥିବା ଏକ ବସ୍‌ରେ ସାମାଜିକ ଦୂରତା ରଖି ବସିଥିବା ଯାତ୍ରୀଙ୍କଠାରୁ ଜଣେ କଣ୍ଡକ୍ଟର ଟିକେଟ ସଂଗ୍ରହ କରୁଛନ୍ତି।

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ଷ୍ଟେଶନରେ କାମ କରୁଥିବା କୁଲିଙ୍କୁ(ଅମୃତ କଳସ) ରାଶନ ସାମଗ୍ରୀ ବଣ୍ଟନ