Categories: ଖେଳ

ଓ୍ବେଷ୍ଟଇଣ୍ଡିଜ ୧୫୦/୪

ଭୁବନେଶ୍ୱର,୨୨।୧୨- କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୩୩ ଓଭର ଖେଳି ୪ ଉଇକେଟ ହରାଇ ୧୫୦ ରନ୍‌ କରିଛି। ଦଳ ଇଭିନ ଲୁଇସ (୨୧), ଶାଇ ହୋପ (୪୨), ରୋଷ୍ଟନ ଚେଜ (୩୮) ଓ ଶିମରନ ହେଟମେୟାର(୩୭)ଙ୍କ ଉଇକେଟ ହରାଇ ସାରିଛି। ଭାରତୀୟ ବୋଲରଙ୍କ ମଧ୍ୟରେ ପଦାର୍ପଣକାରୀ ପେସର ନବଦୀପ ସାଇନି ୨ ଉଇକେଟ ନେଇଥିବାବେଳେ ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି। ଏବେ ଅଧିନାୟକ କିରନ ପୋଲାର୍ଡ ଖାତା ଖୋଲି ନ ଥିବାବେଳେ ନିକୋଲାସ ପୁରାନ ୧୧ ରନ୍‌ କରି ଖେଳୁଛନ୍ତି।

Share