Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜ ୮୪ ରନରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ପରବର୍ତ୍ତୀ ସମୟରେ ପୁରାନ କ୍ରିଜରେ ଜମି ରହି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ସେ ଓ ଫାବିଏନ ଆଲେନ ଦଳ ପାଇଁ ବିଜୟ ସମ୍ଭାବନା ମଧ୍ୟ ସୃଷ୍ଟି କରିଥିଲେ। ଉଭୟ ୭ମ ଉଇକେଟରେ ୮୩ ରନ ଯୋଗ କରିଥିଲେ। ତେବେ ୩୨ ବଲ୍‌ରୁ ୫୧ ରନ କରିଥିବା ଆଲେନଙ୍କ ଆଉଟ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ପୁରାନଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଶତକ। ସେ ୧୦୩ ବଲ୍‌ରେ ୧୧ ଚୌକା ଓ ୪ ଛକା ସହ ୧୧୮ ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୩୧୫ ରନ କରିବାରେ ସମର୍ଥ ହୋଇଥିଲା।
ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଲସିଥ ମାଲିଙ୍ଗା ୫୫ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଶ୍ରୀଲଙ୍କା ତରଫରୁ ଶତକୀୟ ଇନିଂସ ଖେଳିଥିବା ଅଭିଷ୍କା ଫର୍ନାଣ୍ଡୋ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଶ୍ରୀଲଙ୍କା ଏହି ବିଜୟ ଦ୍ୱାରା ୮ଟି ମ୍ୟାଚରୁ ୮ ପଏଣ୍ଟ ସହ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ସମାନ ସଂଖ୍ୟକ ମ୍ୟାଚ ଖେଳି ଆଫଗାନିସ୍ତାନ ଉପରେ ୯ମ ସ୍ଥାନରେ ରହିଛି।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଭିଷ୍କା ଫର୍ନାଣ୍ଡୋଙ୍କ ଶତକ ସହାୟତାରେ ୬ ଉଇକେଟ ବିନିମୟରେ ୩୩୮ରନ ସଂଗ୍ରହ କରିଥିଲା। ଦଳର ଆରମ୍ଭ ଉତ୍ସାହଜନକ ଥିଲା। ଫର୍ନାଣ୍ଡୋ ୯ ଚୌକା ଓ ୨ ଛକା ସହ ୧୦୩ ବଲ୍‌ରେ ୧୦୪ ରନ ସଂଗ୍ରହ କରିଥିଲେ। ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ପ୍ରଥମ ଖେଳାଳି ହିସାବରେ ସେ ଶତକ ହାସଲ କରିଥିଲେ। ଓପନର କୁଶାଲ ପେରେରା ୫୧ ବଲ୍‌ରୁ ୬୪ରନ କରିଥିଲେ। ଏଥିରେ ତାଙ୍କର ୮ଟି ଚୌକା ସାମିଲ ଥିଲା। ଶ୍ରୀଲଙ୍କା ଇନିଂସ ଗଢି ତୋଳିବାରେ ଫର୍ନାଣ୍ଡୋଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ପ୍ରଥମେ କୁଶାଲ ମେଣ୍ଡିସଙ୍କ ସହିତ ପାର୍ଟନରଶିପ୍‌ରେ ୮୫ ରନ ଯୋଗ କରିବାରେ ସହାୟକ ହୋଇଥିଲେ। ପରେ ସେ ଯଥାକ୍ରମେ ଆଞ୍ଜେଲୋ ମାଥ୍ୟୁସ (୨୬) ଏବଂ ଲାହିରୁ ଥିରିମାନେ ( ୩୩ ବଲ୍‌ରୁ ୪୫*ରନ)ଙ୍କ ସହିତ ୫୮ ଓ ୬୭ ରନ ଯୋଗ କରିଥିଲେ। ଯାହା ଫଳରେ ଶ୍ରୀଲଙ୍କା ଟୁର୍ନାମେଣ୍ଟରେ ପ୍ରଥମ ଥର ୨୫୦ ସ୍କୋର ଅତିକ୍ରମ କରିବାରେ ସମର୍ଥ ହୋଇଥିଲା। ଉଭୟ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛନ୍ତି। ତେଣୁ ଶ୍ରୀଲଙ୍କା ବିନା ଚାପରେ ଏହି ମ୍ୟାଚ ଖେଳିଥିଲା। ଦଳର ଓପନରଦ୍ୱୟ କରୁଣାରତ୍ନେ ଏବଂ କୁଶାଲ ପେରେରା ହାତଖୋଲା ବ୍ୟାଟିଂ କରି ପ୍ରଥମ ୧୫ ଓଭରରେ ବିନା କୌଣସି ଉଇକେଟରେ ୯୨ ରନ ଯୋଗ କରିଥିଲେ। କରୁଣାରତ୍ନେ (୩୨)ଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା କୁଶାଲ ରନ ଆଉଟ ହୋଇଥିଲେ। ପରେ କୁଶାଲ ମେଣ୍ଡିସ ଏବଂ ଫର୍ନାଣ୍ଡୋ ଶ୍ରୀଲଙ୍କା ସ୍କୋରକୁ ୨୦୦ ପାଖାପାଖି ନେଇଯାଇଥିଲେ। ମାତ୍ର ୩୨ତମ ଓଭରରେ ମେଣ୍ଡିସ ଫାବିଏନ ଆଲେନ୍‌ଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଯାଇଥିଲେ। ୪୦ତମ ଓଭରରେ ଜାସନ ହୋଲ୍‌ଡରଙ୍କ ଦ୍ୱାରା ବୋଲ୍ଡ ହେବା ପୂର୍ବରୁ ଆଞ୍ଜେଲୋ ମାଥ୍ୟୁସ ୨୦ ବଲ୍‌ରୁ ୨୬ ରନ କରିଥିଲେ। ଫର୍ନାଣ୍ଡୋ ଓ ଥିରିମାନେ ମିଳିତଭାବେ ଶ୍ରୀଲଙ୍କା ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ୪୮ତମ ଓଭରରେ ଫର୍ନାଣ୍ଡୋ କାର୍ଲୋସ ବ୍ରାଥଓ୍ବେଟ୍‌ଙ୍କ ବୋଲିଂରେ ୨ ରନ ସଂଗ୍ରହ କରି ତାଙ୍କ ଶତକ ପୂରଣ କରିଥିଲେ। କିନ୍ତୁ ଏହାପରେ ସେ ଶେଲଡନ କୋଟ୍ରେଲଙ୍କ ବୋଲିଂରେ ଆଲେନ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଯାଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା: ୫୦ ଓଭରରେ ୩୩୮/୬ (ଅଭିଷ୍କା ଫର୍ନାଣ୍ଡୋ-୧୦୪, କୁଶାଲ ପେରେରା-୬୪, ଲାହିରୁ ଥିରିମାନେ-୪୫*,କୁଶାଲ ମେଣ୍ଡିସ-୩୯, ଜାସନ ହୋଲ୍‌ଡର-୨/୫୯, ଫାବିଏନ ଆଲେନ୍‌-୧/୪୪)।
ଓ୍ବେଷ୍ଟଇଣ୍ଡିଜ: ୫୦ ଓଭରରେ ୩୧୫/୯ (ନିକୋଲାସ ପୁରାନ-୧୧୮, ଫାବିଏନ୍‌ ଆଲେନ-୫୧, କ୍ରିସ୍‌ ଗେଲ୍‌-୩୫, ଲସିଥ ମାଲିଙ୍ଗା-୩/୫୫, ଆଞ୍ଜେଲୋ ମାଥ୍ୟୁସ-୧/୬)


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri