Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ଆଣ୍ଡରସନଙ୍କ ପ୍ରଶଂସା

ଲଣ୍ଡନ, ୧୨ା୬ (ଏପି)-କରୋନା ମହାମାରୀର ପ୍ରକୋପ ସତ୍ତ୍ୱେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ବ୍ରିଟେନ ଆସିବା ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ନିଷ୍ପତ୍ତି ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ। ଓ୍ବେଷ୍ଟଇଣ୍ଡିଜରେ କୋଭିଡ୍‌-୧୯ ମାମଲା ୧୦୦ରୁ ସାମାନ୍ୟ ଅଧିକ। ଅନ୍ୟପକ୍ଷରେ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ରେ ଏହି ମହାମାରୀ ଇତିମଧ୍ୟରେ ୪୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇ ସାରିଲାଣି। କେବଳ ବୁଧବାର ୧,୦୦୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୪୫ ଜଣଙ୍କର ମୃତ୍ୟୁ ଘଟିଛି। ଇଂଲଣ୍ଡରେ ଲକ୍‌ଡାଉନ୍‌ କଟକଣା କ୍ରମେ କୋହଳ ହେଉଛି। କିନ୍ତୁ ଓ୍ବେଷ୍ଟଇଣ୍ଡିଜ ମଙ୍ଗଳବାର ଟୁର୍‌ରେ ଆସି ପହଞ୍ଚତ୍ଛି। ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରୋଟୋକଲ ଅନୁପାଳନ ନ କରିବା ପର୍ଯ୍ୟନ୍ତ ଜୁଲାଇ ୮ରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇ ପାରିବ ନାହିଁ। ଖେଳାଳିମାନେ ବର୍ତ୍ତମାନ ମାଞ୍ଚେଷ୍ଟରରେ ଏକ ଅଲଗା ସ୍ଥାନରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି। ସୁରକ୍ଷିତ ପରିବେଶରେ ସେମାନେ ଟ୍ରେନିଂ ନେବା ସହ ଖେଳୁଛନ୍ତି ମଧ୍ୟ। ଓ୍ବେଷ୍ଟଇଣ୍ଡିଜର ୩ ପ୍ରମୁଖ ଖେଳାଳି ଡାରେନ ବ୍ରାଭୋ, ଶିମରନ ହେଟମେୟର ଓ କିମୋ ପଲ୍‌ ଇଂଲଣ୍ଡ ଟୁର୍‌ରେ ଆସିବା ଲାଗି ମନା କରିଦେଇଥିଲେ। ମାର୍ଚ୍ଚ ମାସ ମଧ୍ୟ ଭାଗରୁ ଅନ୍ତର୍ଜାତୀୟ କ୍ରିକେଟ ବନ୍ଦ ରହିଛି। ଟେଷ୍ଟ କ୍ରିକେଟ ଆରମ୍ଭ ହେବା ଖେଳ ପାଇଁ ଶୁଭ ସୂଚନା। କରୋନାଭାଇରସ୍‌ ଜନିତ ଭୟାନକ ପରିସ୍ଥିତିକୁ ଭ୍ରୂକ୍ଷେପ ନ କରି ଓ୍ବେଷ୍ଟଇଣ୍ଡିଜ ଦଳ ଆମ ଦେଶକୁ ଆସିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ବୋଲି ଆଣ୍ଡରସନ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ଯୋଗୁ ଗତ ମାର୍ଚ୍ଚରେ ଇଂଲଣ୍ଡ ଏହାର ଶ୍ରୀଲଙ୍କା ଟୁର୍‌ କାଟ୍‌ ଛାଣ୍ଟ କରି ଫେରି ଆସିଥିଲା। କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ନ ଖେଳି ଆମକୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବାକୁ ପଡ଼ିବ। ବିଶେଷ କରି ଏହା ୩୭ ବର୍ଷୀୟ ଆଣ୍ଡରସନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଇଂଲଣ୍ଡର ସର୍ବକାଳୀନ ଅଧିକ ଉଇକେଟ ହାସଲକାରୀ ବୋଲର ବର୍ଷେ ହେଲା ଇଞ୍ଜୁରି ସମସ୍ୟାରେ ରହିଛନ୍ତି। ପିଞ୍ଜରାରେ ସମସ୍ୟା ଯୋଗୁ ତାଙ୍କୁ ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଟୁର୍‌ ଅଧାରୁ ଦଳ ଛାଡ଼ି ସ୍ବଦେଶ ଫେରିବାକୁ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପୂର୍ବରୁ ଆଣ୍ଡରସନଙ୍କ ସମେତ ଇଂଲଣ୍ଡର ୫୫ ଜଣ ସମ୍ଭାବ୍ୟ ଖେଳାଳି ଟ୍ରେନିଂରେ ଯୋଗଦାନ ପାଇଁ କୁହାଯାଇଥିଲା। ବୋଲିଂ ବେଳେ ଆଣ୍ଡରସନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri