ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ଓ୍ବେବ୍‌ ସିରିଜ୍‌କୁ ନେଇ ଏହି ଯୋଡ଼ି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ ଆମାଜନ୍‌ ପ୍ରାଇମ୍‌ ଭିଡିଓର ଏକ ଓ୍ବେବ୍‌ ସିରିଜ୍‌ରେ ଏକାଠି ନଜର ଆସିବେ। ଯାହାର ନାମ ରହିଛି ‘ଇଭିଲ ଆଇ’। ଶୋ’ରେ ଏହି ଯୋଡି ନିଜ ବୈବାହିକ ଜୀବନୀ ବିଷୟରେ କହୁଥିବା ଦେଖିବାକୁ ମିଳିବ। ଏଥିସହ ପ୍ରିୟଙ୍କା ଆମାଜନ୍‌ ପ୍ରାଇମ୍‌ ଭିଡିଓ ପାଇଁ ଆଉ ଦୁଇଟି ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି।

Share